ଚାଷୀଙ୍କ ଚରମ ନିଷ୍ପତ୍ତି, ଆନ୍ଦୋଳନ ସ୍ଥଳରେ ଫାଶୀ ଲଗାଇ ଝୁଲିପଡିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ଚାଷୀଙ୍କ ଚରମ ନିଷ୍ପତ୍ତି, ଆନ୍ଦୋଳନ ସ୍ଥଳରେ ଫାଶୀ ଲଗାଇ ଝୁଲିପଡିଲେ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଏହାରି ଭିତରେ ଆନ୍ଦୋଳନ ସ୍ଥଳରେ ହିଁ ଜଣେ ଚାଷୀ ଚରମ ନିଷ୍ପତ୍ତି ନେଇଥିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ଟିକ୍ରି ସୀମାରେ ଫାଶି ଲଗାଇ ଝୁଲି ପଡିଛନ୍ତି ଜଣେ ଛାଷୀ। ଗତ ବିଳମ୍ବିତ ରାତିରେ ଜଣେ ଚାଷୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଚାଷୀ ଜଣକ ହେଉଛନ୍ତି ହିରୟାଣା ଜିନ୍ଦ ଜିଲ୍ଲାର ୫୨ ବର୍ଷୀୟ କରମବୀର। ତାଙ୍କ ମୃତଦେହ ନିକଟରୁ ଏକ ସୁସାଇଡ  ନୋଟ ମଧ୍ୟ ଜବତ ହୋଇଛି। ଏଥିରେ ସେ ତାଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସେ ତାଙ୍କ ସୁସାଇଡ ନୋଟରେ ଲେଖିଛନ୍ତି, “ଭାରତୀୟ କୃଷକ ୟୁନିଅନ ଜିନ୍ଦାବାଦ। ମୋଦି ସରକାର ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି। କେନ୍ଦ୍ରର ଏହି କଳା ଆଇନ କେବେ ବନ୍ଦ ହେବ ତାହା ଜଣାନାହିଁ।  ଯେତେ ଯାଏଁ ଏହି କଳା ଆଇନ ରଦ୍ଦ ନହେବ ସେତେ ଯାଏଁ ଆମେ ଆନ୍ଦୋଳନରୁ ହଟିବୁ ନାହିଁ।”

ଗତକିଛି ଦିନ ତଳେ ହିଁ କରମବୀର ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଗତ ରାତିରେ ସେ ବେଶ ଦୁଃଖିତ ଥିଲେ ଏବଂ ପରେ ନିରାଶ ହୋଇ ଟିକ୍ରି ସୀମାରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ କୃଷକ ସାଥୀମାନେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସେପଟେ ଆଜି ସକାଳୁ ସୁଖବିନ୍ଦର ସିଂହ ନାମକ ଜଣେ ୬୦ ବର୍ଷୀୟ ଚାଷୀଙ୍କ ହୃଦଘାତ ଯୋଗୁଁ ଆନ୍ଦୋଳନ ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସେ ଦୁରକୋଟ ଜିଲ୍ଲାର ମୋଗାରେ ବାସ କରୁଥିଲେ।

ଏହାପୂର୍ବରୁ ମଧ୍ୟ କିଛି ଦିନ ତଳେ ଟିକ୍ରି ସୀମରେ ଜୟ ଭଗବାନ ନାମକ ଜଣେ ଚାଷୀ ବିଷ ପିଇଦେଇଥିଲ। ତାଙ୍କୁ  ଗୁରୁତର ଅବସ୍ଥାରେ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୟ ଭଗବାନ୍ ବିଷ ଖାଇବା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମଧ୍ୟ ଛାଡି ଯାଇଥିଲେ।

The post ଚାଷୀଙ୍କ ଚରମ ନିଷ୍ପତ୍ତି, ଆନ୍ଦୋଳନ ସ୍ଥଳରେ ଫାଶୀ ଲଗାଇ ଝୁଲିପଡିଲେ appeared first on Odisha Reporter.



from Odisha Reporter https://ift.tt/3oXxuyH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages