ଲୋ ବ୍ଲଡପ୍ରେସର ଏକ ଏଭଳି ସ୍ଥିତି ଯେଉଁଠି ବ୍ୟକ୍ତିଙ୍କ ରକ୍ତଚାପ ସ୍ତର ହଠାତ କମିଯାଏ। ଏହା ସାଧାରଣ କଥା କିନ୍ତୁ ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏହା ବେଳେ ବେଳେ ମାରାତ୍ମକ ସାଜିପାରେ। ଲୋ ବ୍ଲଡପ୍ରେସର ବା କମ ରକ୍ତଚାପର ଆଉ ଏକ କାରଣ ଆପଣଙ୍କ ଖାଦ୍ୟ ମଧ୍ୟ ହୋଇପାରେ। ବିଶେଷଜ୍ଞଙ୍କ ମତ ଅନୁସାରେ ଆପଣ ଯାହା ସବୁ ଖା’ନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ, ହୃଦୟ ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ। ତେଣୁ ରକ୍ତଚାପଠାରୁ ଦୂରେଇ ରହିବା ପାଇଁ ବିଶେଷ ରୂପେ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ଲୋ’ ବ୍ଲଡପ୍ରେସର ଥିଲେ କ’ଣ ସବୁ ଖାଇବା ଉଚିତ।
ଅଣ୍ଡା: ଅଣ୍ଡା ଅନେକ ସମସ୍ୟାର ବିକଳ୍ପ, କିନ୍ତୁ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଏହା ସବୁଠୁ ଭଲ ଆହର। ଏଥିରେ ଥିବା ଭିଟାମିନ ବି-୧୨ ନାଲି ରକ୍ତ କଣିକା ସୃଷ୍ଟି କରିବାରେ ସହାୟକ ହୁଏ। ଲୋ-ବିପି ଭଳି ସ୍ଥିତିରେ ଭିଟାମିନ ବି-୧୨ ଯୁକ୍ତ ଖାଦ୍ୟ ଖାଇବା ଉଚିତ।
ଡାର୍କ ଚକୋଲେଟ: ଯେତେବେଳେ ଆପଣଙ୍କ ରକ୍ତଚାପ କମ ଥିବା ଅନୁଭବ କରନ୍ତି ସେତେବେଳେ ସଙ୍ଗେସଙ୍ଗେ ଡାର୍କ ଚକୋଲେଟ ଖାଇପାରିବେ। ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିପାରିବ। ଏଥିରେ ଫ୍ଲାଭାନୋଲ ନାମକ ଏକ ରାସାୟନିକ ପଦାର୍ଥ ଥାଏ, ଯାହା ଶରୀରର ଓଜନ ଏବଂ ଚର୍ବି ସ୍ତରକୁ ପରିବର୍ତ୍ତନ ନକରି ବିପିକୁ କଣ୍ଟ୍ରୋଲ କରିବାରେ କ୍ଷମତା ରଖିଥାଏ।
ଅଙ୍ଗୁର ଜୁସ୍: ରକ୍ତଚାପ ଚିକିତ୍ସାରେ ଅଙ୍ଗୁର ଜୁସର ପ୍ରୟୋଗ ବେଶ ପ୍ରବାଶାଳୀ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ କୌଣସି ବି ସ୍ଥିତିରେ ଯଦି ବ୍ଲଡପ୍ରେସର କମ୍ ହୋଇଯାଏ, ତେବେ ଏକ ଗ୍ଲାସ ଅଙ୍ଗୁର ଜୁସ୍ ପିଇଲେ ଶୀଘ୍ର ଆରାମ ମିଳିବ। ଅଙ୍ଗୁର ରସରେ ମିଳୁଥିବା ପୋଟାସିୟମ୍ ରକ୍ତ କଣିକାକୁ ଆରାମ ଦେଇ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।
ତରଳ ପଦାର୍ଥ: ରକ୍ତଚାପ ରୋଗୀମାନେ ଯେତେ ସମ୍ଭବ ସେତେ ତରଳ ଯୁକ୍ତ ଖାଦ୍ୟ ତଥା ପାଣି ପିଇବା ଉଚିତ। ଶରୀରରେ ପାଣିର ମାତ୍ରା କମ ହେବା ଫଳରେ ରକ୍ତ ଅଭାବ ଦେଖା ଦେଇଥାଏ। ତେଣୁ ହାଇଡ୍ରେଟେଡ୍ ରହିବା ଅତ୍ୟନ୍ତ ଜରୁରୀ। ଡାକ୍ତରମାନେ ଏପରି ରୋଗୀଙ୍କୁ ଦିନସାରା ଅତି କମରେ ଦୁଇ ଲିଟର ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ପାଣି ବ୍ୟତୀତ ଆପଣ ଫଳ ରସ, ଲସି, ନଡିଆ ପାଣି, ଅଙ୍ଗୁର ଏବଂ ତରଭୁଜ ମଧ୍ୟ ଖାଇପାରିବେ।
ପନିର: ଅପଣଙ୍କୁ ପନିର ଖାଇବା ପସନ୍ଦ ଥାଉ କିମ୍ବା ନଥାଉ, ଯଦି ଲୋ ବ୍ଲଡପ୍ରେସର ଶିକାର ହୋଇଥାନ୍ତି ତେବ ଏହା ଖାଇବା ଦ୍ୱାରା ଆପଣଙ୍କୁ ବହୁତ କିଛି ସାହାଯ୍ୟ ମଳିବ। ଲୋ’ ବିପିର ସମସ୍ୟା ଥିଲେ ଡାକ୍ତରମାନେ ଲୁଣ ଭଳି ପନିର ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥା’ନ୍ତି।
ଚିନି ଯୁକ୍ତ ଖାଦ୍ୟ: ଲୋ’ ବ୍ଲଡ ପ୍ରେସର ଥିବା ରୋଗୀ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ କିମ୍ବା କୋଲ୍ଡ ଡ୍ରିଙ୍କ ସେବନ କରିବା ଉଚିତ। ଯଦି ହଠାତ ରକ୍ତଚାପ କମି ଯାଉଛି ତେବେ ସେହି ସମୟରେ ଏଭଳି କିଛି ଖାଦ୍ୟ ଖାଇବା ଦ୍ୱାରା ଆରାମ ମିଳିଥାଏ। ଆପଣ ଚାହିଁଲେ କେଫିନ ଯୁକ୍ତ ଖାଦ୍ୟ ତଥା ଚା’ କିମ୍ବା କଫି ମଧ୍ୟ ପିଇ ପାରିବେ।
The post ଲୋ’ ବ୍ଲଡପ୍ରେସର ଥିଲେ କ’ଣ ଖାଇବେ appeared first on Odisha Reporter.
from Odisha Reporter https://ift.tt/3b0TTqX
No comments:
Post a Comment