ଏହି ମାଛ ଖାଇଲେ ଦୂରେଇ ଯିବ ସାଙ୍ଘାତିକ ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ଏହି ମାଛ ଖାଇଲେ ଦୂରେଇ ଯିବ ସାଙ୍ଘାତିକ ରୋଗ

ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସପ୍ତାହରେ ଅତିକମରେ ୨ଥର ମାଛ ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି।  ସୁସ୍ଥ ରହିବା ପାଇଁ ଖାଦ୍ୟରେ ଅଧିକରୁ ଅଧିକ ମାଛ ସାମିଲ କରିବା ଉଚିତ୍ । କାରଣ ମାଛରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସିୟନ ଥାଏ । ଏହାସହିତ ମାଛରେ ପ୍ରୋଟିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ ଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ।

ବଜାରରେ ବିଭିନ୍ନ ପ୍ରକାରର ମାଛ ମିଳେ। ସେଥିରୁ ମଧ୍ୟରୁ ଗୋଟିଏ ହେଉଛି ସାଲମନ ମାଛ। ଏହା ଏକ ସି’ ଫୁଡ୍ । ଡାକ୍ତରମାନେ ଅଧିକ ମାତ୍ରାରେ ଏହି ମାଛ ଖାଇବା ପାଇଁ ପରାମର୍ଶ ଦିଅନ୍ତି। କାରଣ ଅନ୍ୟ ମାଛ ତୁଳନାରେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ। ଏହା ଶରୀରକୁ ସୁସ୍ଥ ରଖିବା ସହ ସାଙ୍ଘାତିକ ରୋଗ ଠାରୁ ମଧ୍ୟ ଦୂରେଇ ରଖେ। ତେବେ ସାଲମନ ମାଛ ଖାଇଲେ ଆଉ କ’ଣ ସବୁ ଫାଇଦା ମିଳେ ଆସନ୍ତୁ ଜାଣିବା ।

  • ଓମେଗା-୩ ଫ୍ୟାଟି ଏସିଡର ଏକ ଭଲ ସ୍ରୋତ ହେଉଛି ସାଲମନ ମାଛ। ଓମେଗା ୩ ଫ୍ୟାଟି ଏସିଡ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହା ଚକ୍ଷୁ ରୋଗ, ରିମାଟଏଡ୍, ଆର୍ଥାରାଇଟିସ୍ ତଥା ଆମ ମସ୍ତିଷ୍କକୁ ସୁସ୍ଥ ରଖିବା କାମ କରେ।
  • ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଏହି ମାଛରେ ପ୍ରୋଟିନ୍  ଅଧିକ ମାତ୍ରାରେ ରହିଛି ଯେଉଁଥି ପାଇଁ ଶରୀରରେ ମୋଟାବଲିଜିମ୍ ସ୍ତର ବଢ଼ିଥାଏ । ଏଥିପାଇଁ ନିୟମିତ ରୂପେ ଭୋଜନରେ ସାଲମନ ମାଛ ସାମିଲ କରିବା ଉଚିତ।
  • ୧୦୦ ଗ୍ରାମ ସାଲମନ ମାଛରେ ପ୍ରାୟ ୨୦ ଗ୍ରାମ ପ୍ରୋଟିନ ଥାଏ। ଏହି ମାଛ ଖାଇବା ଦ୍ୱାରା ଆମ ଶରୀରର ସୁସ୍ଥ ଭାବେ ସଂଚାଳିତ ହେବା ସହ ମାଂସପେଶୀ ମଧ୍ୟ ମଜଭୁତ ରୁହେ।
  • ସାଲମନ ମାଛରେ ଟ୍ରାଇପଟୋଫାନ୍ ନାମକ ଏକ ଆମିନୋ ଏସିଡ୍ ଥାଏ । ଆମେରିକାର ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଯେତେବେଳେ ଏହି ଏସିଡ୍ ଶରୀରରେ ଉତ୍ପନ୍ନ ହୁଏ ନାହିଁ, ସେତେବେଳେ ଏହା ଖାଦ୍ୟ ଦ୍ୱାରା ପୂରଣ ହୁଏ । ଟ୍ରାଇପଟୋଫାନ୍ ଶରୀରକୁ ମେଲାଟୋନିନ୍ ଏବଂ ସେରାଟୋନିନ୍ ପରି ହରମୋନ୍ ତିଆରି କରିବାରେ ସାହାଯ୍ୟ କରେ। ମଣିଷର ମନ ପରିବର୍ତ୍ତନ ଏବଂ ଶୋଇବା ଓ ଉଠିବା ଚକ୍ର ଏହି ହରମୋନ୍ ଉପରେ ନିର୍ଭର କରେ।
  • ଯଦି ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥାଏ, ତା’ହେଲେ ଆପଣ ନିଜ ଖାଦ୍ୟରେ ସାଲମନ ମାଛକୁ ନିଶ୍ଚିତ ରୂପେ ସାମିଲ କରନ୍ତୁ। ଏହି ମାଛ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ୍-ଏ’ କେବଳ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ତାହା ନୁହେଁ ବରଂ ଏହା ପ୍ରଜନନ ପ୍ରକ୍ରିୟା ଏବଂ ଆଖି ପାଇଁ ମଧ୍ୟ ବେଶ ଲାଭଦାୟକ ଅଟେ।
  • ସାଲମନ ମାଛରେ ଥିବା ଭିଟାମିନ ବି-୧୨ ଥକାପଣ, ପେଟ ସମ୍ବନ୍ଧୀୟ ରୋଗ, ଭୋକ ନ ହେବା ଆଦି ସମସ୍ୟାକୁ ଦୂର କରିଥାଏ। କେବଳ ସେତିକି ନୁହେଁ ଏହି ମାଛରେ ଥିବା ଭିଟାମିନ ବି-୩ ଆମେ ଖାଉଥିବା ଖାଦ୍ୟକୁ ଶକ୍ତିରେ ମଧ୍ୟ ପରିଣତ କରିବା କାମ କରିଥାଏ।
  • ସାଲମନ ମାଛରେ ସେଲନିୟମ ନାମକ ଇମ୍ୟୁନ ବୁଷ୍ଟିଂ ନ୍ୟୁଟ୍ରିଏଣ୍ଟ ଥାଏ। ସେଲେନିୟମ ଯୁକ୍ତ ଖାଦ୍ୟରୁ ଆମ ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଏହା ଥାଇରଏଡ୍ ଭଳି ରୋଗକୁ ଦୂର କରିଥାଏ। ହରମୋନ୍ ମେଟାବୋଲିଜିମ୍, ପ୍ରଜନନ ଏବଂ DNA ସିନ୍ଥେସିସ୍ ପାଇଁ ମଧ୍ୟ ଏହା ଭଲ ।
  • ଏହି ମାଛ ଖାଇବା ଦ୍ୱାରା ହୃଦରୋଗ ଆଶଙ୍କା କମ ରହିଥାଏ । ଏହା ହାର୍ଟକୁ ମଜବୁତ ରଖେ। ଏହାବ୍ୟତୀତ ମସ୍ତିସ୍କ ଦୃତ ଗତିରେ କାମ କରିବା ସହ ଅଲଜାଇମର ରୋଗ ମଧ୍ୟ ହୋଇନଥାଏ । ଏହାବ୍ୟତିତ କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶାଙ୍କ ମଧ୍ୟ କମ ହୋଇଥାଏ।

The post ଏହି ମାଛ ଖାଇଲେ ଦୂରେଇ ଯିବ ସାଙ୍ଘାତିକ ରୋଗ appeared first on Odisha Reporter.



from Odisha Reporter https://ift.tt/37L7GQe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages