ଓୱେସୀଙ୍କୁ କୋଲକାତାରେ ରାଲି କରିବା ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ଓୱେସୀଙ୍କୁ କୋଲକାତାରେ ରାଲି କରିବା ମନା

କୋଲକାତା: ଖୁବଶୀଘ୍ର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏହାପୂର୍ବରୁ ବିଭିନ୍ନ ରାଜନୀତିକ ଦଳ ସେଠାରେ ପ୍ରଚାର କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚାହୁଁଛନ୍ତି। ଏହିକ୍ରମରେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ମଧ୍ୟ ଗୁରୁବାର କୋଲକାତାରେ ନିଜ ଦଳର ପ୍ରଥମ ନିର୍ବାଚନୀ ରାଲି କରିବାର ଥିଲା। କିନ୍ତୁ ଏଥିପାଇଁ କୋଲକାତା ପୁଲିସ୍‌ ଅନୁମତି ନ ଦେଇନାହିଁ। ପୁଲିସ୍‌ ଅନୁମତି ନ ଦେବାରୁ ଦଳ ପକ୍ଷରୁ ଓୱେସୀଙ୍କ ନିର୍ବାଚନୀ ରାଲିକୁ ବାତିଲ କରାଯାଇଛି।

ସୂଚନା ଅନୁସାରେ, କୋଲକାତାର ମେତିଆବ୍ରୁଜରେ ରହୁଥିବା ଲୋକଙ୍କୁ ଓୱେସୀ ସମ୍ବୋଧନ କରିବାର ଥିଲା। ଏଠାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ଲୋକ ଅଧିକାଂଶ ରୁହନ୍ତି। ଏହି କାରଣରୁ ସେ ଏହି ଠାରୁ ହିଁ ନିଜ ଦଳ ଏଆଇଏମଆଇଏମର ମିଶନ ବେଙ୍ଗଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଓୱେସୀଙ୍କ ସବୁ ଯୋଜନାରେ କୋଲକାତା ପୁଲିସ୍‌ ପାଣି ପକାଇ ଦେଇଛି।

ଏଆଇଏମଆଇଏମର ରାଜ୍ୟ ସମ୍ପାଦକ ଜାମୀରୁଲ ହାସନ କହିଛନ୍ତି, ରାଲି ପାଇଁ ଆମେ ୧୦ ଦିନ ଆଗରୁ ଆବେଦନ କରିଥିଲୁ। କିନ୍ତୁ ଆଜି ପୁଲିସ୍‌ ଆମକୁ ରାଲି ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ଆମେ କେବେ ହେଲେ ଶାସକ ଟିଏମସିର ଏହି ନୀତିକୁ ପ୍ରଶ୍ରୟ ଦେବୁନାହିଁ। ଏପରି କି ଆମେ ଟିଏମସିକୁ ଡରି ପଛକୁ ହଟିବୁ ନାହିଁ। ଖୁବଶୀଘ୍ର ଦଳର ସବୁ ସଦସ୍ୟଙ୍କ ସହ ଏ ସମ୍ପର୍କରେ ଆଲୋଚନା ହେବ ଓ କାର୍ଯ୍ୟକ୍ରମ ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କୋଲକାତା ପୁଲିସ୍‌ କାହିଁକି ଓୱେସୀଙ୍କୁ ରାଲି କରିବାକୁ ମନା କଲା, ସେକଥା ଜଣାପଡ଼ିନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜିର ରାଲି ପାଇଁ ଏଆଇଏମଆଇଏମ ପୋଷ୍ଟର ଛାପି ସାରିଥିଲା। ସବୁ ଦଳୀୟ କର୍ମୀ ଓ ନେତାଙ୍କୁ ରାଲିରେ ସାମିଲ ହେବାକୁ ମଧ୍ୟ କୁହାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ପୁଲିସ୍‌ ଅନୁମତି ଦେଇ ନଥିବାରୁ ସମସ୍ତେ ନିରାଶ ହୋଇଛନ୍ତି।

୨୦୨୦ ବିହାର ବିଧାନସଭାରେ ଓୱେସୀଙ୍କ ଦଳ ପ୍ରାର୍ଥୀ ଦେଇଥିଲା। ଏଠାରେ ଦଳ ଭଲ ପ୍ରଦର୍ଶନ କରିବାରୁ ଓୱେସୀ ପଶ୍ଚିମବଙ୍ଗରେ ମଧ୍ୟ ଏଆଇଏମଆଇଏମ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ। ଓୱେସୀଙ୍କ ଏହି ଘୋଷଣା ଶାସକ ଟିଏମସି ପାଇଁ ଝଟକା ସଦୃଶ ହୋଇଛି।

କାରଣ ଟିଏମସି ସଂଖ୍ୟାଲଘୁ ସଂପ୍ରଦାୟର ଭୋଟକୁ ନିଜ ଆଡ଼କୁ ଆଣିବାକୁ ଲକ୍ଷ୍ୟ ରଖିଥିଲା। ଯଦି ଓୱେସୀଙ୍କ ଦଳ ପ୍ରାର୍ଥୀ ଦେବ, ତା’ହେଲେ ଏହା ଟିଏମସିର ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବ। ଏପରି ସ୍ଥିତିରେ ବିଜେପି ଲାଭରେ ରହିବ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

The post ଓୱେସୀଙ୍କୁ କୋଲକାତାରେ ରାଲି କରିବା ମନା appeared first on Odisha Reporter.



from Odisha Reporter https://ift.tt/3pWJv7H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages