ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଲିଉଡ୍ର ହିଟ୍ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଆଜି ବାହାଘର । ରିୟଲ ଲାଇଫ୍ରେ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ । ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଉଭୟ । ଏନେଇ ସେମାନେ ସୋଶାଲ ମିଡିଆରେ ପ୍ରକାଶ କରିବା ସହ ଏବଂ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଛନ୍ତି । ପୂର୍ବରୁ ସେମାନଙ୍କ ନିର୍ବନ୍ଧ ସରିଥିଲା । ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କର ବାହାଘର ହେବ ବୋଲି ସୂଚନା ମିଳିଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଦୁହିଙ୍କ ମଧ୍ୟରେ ଚାଲି ଥିବା ଚୋରି ଚୋରି ଇସ୍କ ବିଷୟରେ ଦୁହେଁ କେବେ ଆଗରୁ ମୁହଁ ଖୋଲି ନଥିଲେ। ଗତକାଲି ହଠାତ୍ ଫ୍ୟାନ୍ ମାନଙ୍କୁ ସର୍ପ୍ରାଇଜ୍ ଦେଇଥିଲେ ଏହି ଦୁଇ କପଲ। ସୋଶାଲ ମିଡିଆରେ ଲଭ୍ ସିକ୍ରେଯର ରାଜ୍ ଖୋଲି ଉଭୟ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ପ୍ରକାଶ କରିଥିଲେ। ଉଭୟଙ୍କ ପ୍ରତି ଶୁଭେଚ୍ଛା ଓ ଶୁଭକାମନାର ସୁଅ ମଧ୍ୟ ଛୁଟୁଛି।
ତେବେ ଗତ ଡିସେମ୍ବର ମାସ ପୂର୍ବେ ରାଉରକେଲାର ଏକ କାର୍ଯ୍ୟକ୍ରମକୁ ଯାଇଥିଲା ବେଳେ ସାମ୍ବାଦିକମାନେ ତାଙ୍କର ମନର ମଣିଷକୁ ନେଇ ପ୍ରଶ୍ନ କରିଥିଲେ। ଆଉ ଅର୍ଚ୍ଚିତା ଦେଇଥିବା ଉତ୍ତରରୁ ଅନେକ କିଛି ଇଶାରାକୁ ବୁଝାଉଥିଲା। ସେ କହିଥିଲେ ଯେ, ଯାହା ଭଗବାନଙ୍କ ଇଚ୍ଛା ତାହା ହିଁ ହେବ। ମଣିଷ ଯାହା ଚାହିଁଲେ ହେବ ନାହିଁ। ରିଲ୍ ଲାଇଫ୍ରେ ଉଭୟଙ୍କ ଯୋଡ଼ି ହିଟ୍ ଥିବା ବେଳେ ରିଏଲ ଲାଇଫ୍ରେ ଜୀବନସାଥୀ ହେବା ଚର୍ଚ୍ଚାରେ ଥିଲେ।
ସୁଖ ଓ ଦୁଃଖ ର ନାମ ଜୀବନ।ଅନେକ ଥର ଲାଗେ, ସବୁକିଛି ସରିଗଲା।ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ।ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା।ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ।
ଆସନ୍ତାକାଲି ଆମର ବାହାଘର।ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ – ସବ୍ୟଅର୍ଚ୍ଚିତା#Sabyarchita pic.twitter.com/tuSFR8ZAnV— SABYASACHI MISHRA (@sabyaactor) February 28, 2021
୨୦୦୭ ମସିହାରେ ‘ପାଗଳପ୍ରେମୀ’ ଫିଲ୍ମ ଜରିଆରେ ସବ୍ୟସାଚୀ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ ଫିଲ୍ମ, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ସବ୍ୟସାଚୀ। ୨୦୦୮ରେ ‘ମୁଁ ସପନର ସୌଦାଗର’ ସିନେମାରେ ଉଭୟ ପ୍ରଥମ ଥର ପାଇଁ ନଜର ଆସିଥିଲେ। ପରେ ପରେ ‘ତୋର ମୋର ଯୋଡ଼ି ସୁନ୍ଦର, ମୁଁ ଏକା ତୁମର, ପାଗଳ କରିଛି ପାଉଁଜି ତୋର, ତୁ ମୋ ପାଇଁ , କେଉଁ ଦୁନିଆଁ ରୁ ଆସିଲ ବନ୍ଧୁ ଏମିତି ଅନେକ ଫିଲ୍ମରେ ଉଭୟଙ୍କ କ୍ୟାମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।
The post ଡିସେମ୍ବରରେ ଇଶାରା ଦେଇଥିଲେ ଅର୍ଚ୍ଚିତା…ଆଜି ଏଇଠି ବାଜିବ ସାହାନାଇ appeared first on Odisha Reporter.
from Odisha Reporter https://ift.tt/3dWmaks
No comments:
Post a Comment