ମୁମ୍ବାଇ: ପୁଣି ଥରେ ସୋଶାଲ ମିଡିଆରେ ଆକ୍ଟିଭ ହେଲେ ବଲିଉଡର ବେବୋ। ଦ୍ୱିତୀୟ ପୁଅ ଜନ୍ମ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ କରୀନା କପୁର। ସାନ ପୁଅର ଜନ୍ମ ପରେ ନିଜର ପ୍ରଥମ ଫଟୋକୁ ସେ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। କେବଳ ସେତିକି ନୁହେଁ ଏହି ଫଟୋକୁ ପୋଷ୍ଟ କରିବା ସହ ନିଜ ପ୍ରଶଂସକଙ୍କୁ ମିସ କରୁଥିବା ସେ କହିଛନ୍ତି। କରୀନାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଫଟୋରେ କରୀନା କଳା ଚଷମା ଏବଂ ଏକ କ୍ୟାପ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋର କ୍ୟାପସନରେ କରୀନା ଲେଖିଛନ୍ତି ‘ହେଲୋ… ମୁଁ ଆପଣ ସମସ୍ତଙ୍କୁ ବହୁତ ମିସ୍ କଲି…।’ କରୀନାଙ୍କ ଏହି ଫଟୋକୁ ଏବେ ଏକ ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି।
ସୂଚନା ଯୋଗ୍ୟ ଯେ, ଗତ ମାସ ୨୧ ତାରିଖ ନିଜ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କରୀନା ଏବଂ ସୈଫଙ୍କ ଏହା ଦ୍ୱିତୀୟ ସନ୍ତାନ। ପୂର୍ବରୁ କରୀନା ୨୦୧୬ରେ ବଡ ପୁଅ ତୈମୁରଙ୍କୁ ଜନ୍ମ ଦେଇଥିଲେ। ଗର୍ଭାବସ୍ଥା ସମୟରେ କରୀନା ସୋଶାଲ ମିଡିଆରେ ବେଶ ଆକ୍ଟିଭ ଥିଲେ। ସେ ନିଜ ଫିଟନେସକୁ ନେଇ ମଧ୍ୟ ସଚେତନ ଥିଲେ। କେବଳ ସେତିକି ନୁହେଁ ପ୍ରେଗନାଣ୍ଟ ଥିବା ସମୟରେ ତାଙ୍କୁ ଯୋଗ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏଥିସହ ନିଜ କାମ ଉପରେ ମଧ୍ୟ ପୁରାପୁରି ଧ୍ୟନ ଦେଇଥିଲେ କରୀନା।
ସୂଚନାଯୋଗ୍ୟ ଯେ, ଆଗକୁ କରୀନା କପୁର ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରେ ନଜର ଆସିବେ । ଏହି ଫିଲ୍ମର ଲିଡ୍ ରୋଲରେ ଆମିର ଖାନ ଅଛନ୍ତି। ଗତ ଦୁଇ ବର୍ଷ ଧରି ଦର୍ଶକମାନେ ଏହି ଫିଲ୍ମକୁ ପ୍ରତିକ୍ଷା କରି ରହିଛନ୍ତି।
View this post on Instagram
The post ପୁଅ ଜନ୍ମ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ବେବୋ appeared first on Odisha Reporter.
from Odisha Reporter https://ift.tt/3c3s295
No comments:
Post a Comment