କରୋନାର ନୂଆ ଔଷଧ ଆଣିଲେ ବାବା ରାମଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

କରୋନାର ନୂଆ ଔଷଧ ଆଣିଲେ ବାବା ରାମଦେବ

ନୂଆଦିଲ୍ଲୀ:  ପୁଣି କରୋନା ଔଷଧ ଲଞ୍ଚ କଲେ ଯୋଗଗୁରୁ ବାବା ରାମଦେବ। ମହାମାରୀ କରୋନାକୁ ରୋକିବା ପାଇଁ ରାମଦେବ ଆଜି ଆଉ ଏକ ନୂଆ ଔଷଧ ଆଣିଛନ୍ତି। ଶୁକ୍ରବାର ରାଜଧାନୀ ଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ଏକ କାର୍ଯ୍ୟକ୍ରମରେ ରାମଦେବ ଏନେଇ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ମଧ୍ୟ ଉପସ୍ଥିତ ଥିଲେ।

ରାମଦେବ ଲଞ୍ଚ କରିଥିବା ଏହି ନୂଆ କରୋନା ଔଷଧର ନାଁ ‘କରୋନିଲ’ ହିଁ ରଖାଯାଇଛି। କରୋନିଲ ଟାବଲେଟ ଦ୍ୱାରା ଏବେ କରୋନା ଚିକିତ୍ସା ହୋଇପାରିବ ବୋଲି ପତଞ୍ଜଳି ପକ୍ଷରୁ ଦାବି କରାଯାଇଛି। ସେପଟେ ଆୟୁଷ ମନ୍ତ୍ରାଳୟ ମଧ୍ୟ କରୋନିଲ ଟାବଲେଟକୁ କରୋନା ଔଷଧ ରୂପେ ସ୍ୱୀକୃତି ଦେଇଛି।

ବାବା ରାମଦେବ କହିଛନ୍ତି ଯେ,  ପତଞ୍ଜଳିର କରୋନିଲ୍ ଟାବଲେଟ ଦ୍ୱାରା ଏବେ କୋଭିଡ ଚିକିତ୍ସା ହେବ। ଆୟୁଷ ମନ୍ତ୍ରାଳୟ କରୋନିଲ୍ ଟାବଲେଟକୁ ସହାୟକ ଔଷଧ ଭାବେ ମଞ୍ଜୁରୀ ପ୍ରଦାନ କରିଛି। ଏହି ଔଷଧ ସହ ଜଡିତ ଅନେକ ରିସର୍ଚ୍ଚ ବୁକ୍ ମଧ୍ୟ ଜାରି କରାଯାଇଛି।

ପୂର୍ବରୁ କରୋନିଲ୍ ଟାବଲେଟକୁ କେବଳ ଇମ୍ୟୁନିଟି ବୁଷ୍ଟର କୁହାଯାଉଥିଲା। ୭୦ ପ୍ରତିଶତ ଆକ୍ରାନ୍ତ ୩ ଦିନ ଔଷଧର ବ୍ୟବହାର ପରେ ସୁସ୍ଥ ହୋଇଯାଇଥିଲେ ବୋଲି କମ୍ପାନୀ ଦାବି କରିଥିଲା। ଏବେ ରାମଦେବ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ। କରୋନିଲ ଔଷଧକୁ ହୁ-ଜିଏମପି ସାର୍ଟିଫାଏଡ୍ ମିଳିଛି।

ରାମଦେବ ଆହୁରି କହିଛନ୍ତି ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି। ଅକୟୁର୍ବେଦକୁ ଆମେ ବୈଜ୍ଞାନିକଙ୍କ ପ୍ରମାଣ ସ୍ୱରୂପ ସ୍ଥାପିତ କରିବା ପାଇଁ ଚେଷ୍ଟା ଜାରି ରଖିଛୁ। ଭାରତ ସାରା ବିଶ୍ୱରେ ନେତୃତ୍ୱ ନେବ। କରୋନିଲକୁ ନେଇ ଭିନ୍ନ ଭିନ୍ନ ରୋଗ ଉପରେ ଆମେ ରିସର୍ଚ୍ଚ କରିଛୁ ବୋଲି ସେ କହିଛନ୍ତି।

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ସବୁ ପରୀକ୍ଷାରେ କରୋନିଲର ରିପୋର୍ଟ ପଜିଟିଭ ତଥା ସକରାତ୍ମକ ଆସିଛି। ଲୋକଙ୍କୁ ସୁସ୍ଥ ରଖିବାରେ ଆୟୁର୍ବେଦର ଯୋଦଗାନ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ କୌଣସି ନୋଟିଫିକେସନ ଦରକାର ନାହିଁ ବୋଲି ସେ କହିଛନ୍ତି।

ସେହିପରି ନୀତିନ ଗଡକରୀ ମଧ୍ୟ କହିଛନ୍ତି ଯେ, ବାବା ରାମଦେବ ଆୟୁର୍ବେଦର ଗବେଷଣା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ପ୍ରତିଷ୍ଠା କରିଛନ୍ତି। ଆୟୁର୍ବେଦ ଉପରେ ପୂର୍ବରୁ ଭରସା ରହିଛି। ଏବେ କରୋନିଲକୁ ଲ୍ୟାବରୁ ପ୍ରମାଣପତ୍ର ମିଳିସାରିଛି।

The post କରୋନାର ନୂଆ ଔଷଧ ଆଣିଲେ ବାବା ରାମଦେବ appeared first on Odisha Reporter.



from Odisha Reporter https://ift.tt/2ZrScfL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages