ବସ୍ ଉପରେ ଖସିଲା ଲୁହା ପଥର ବୋଝେଇ ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

ବସ୍ ଉପରେ ଖସିଲା ଲୁହା ପଥର ବୋଝେଇ ଟ୍ରକ୍‌

ଆନନ୍ଦପୁର(ମୁନା ସିଂ): ମୁଣ୍ଡ ଉପରେ ଖସିଲା ମୃତ୍ୟୁ। ହେଲେ ସୌଭାଗ୍ୟବଶଃତ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ।  ଏପରି ଅଭାବନୀୟ ଘଟଣା ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ବସ୍‌ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ୍‌। ହେଲେ ଏହି ଦୁର୍ଘଟଣାରୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।    

ସୂଚନା ଅନୁଯାୟୀ, ଆଜି ସକାଳେ ‘ପଦ୍ମାବତୀ’  ନାମକ ବସ୍‌ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଉକ୍ତ ସମୟରେ ବସ୍‌ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ବସ୍‌ଟି ଆନନ୍ଦପୁର ଅତିକ୍ରମ କରୁଥିବା ବେଳେ  NH-୨୦ର ଶାଳପଡ଼ା ଓଭର ବ୍ରିଜ୍‌ ଉପରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଯାଉଥିଲା।

ଟ୍ରକ୍‌ଟି ବସ୍‌ ଉପରେ ପଡ଼ି ରହିଛି।

ମାତ୍ର ହଠାତ୍‌ ଟ୍ରକ୍‌ଟି ଭାରସାମ୍ୟ ହରାଇ ବସ୍‌ ଉପରେ ଖସି ପଡ଼ିଥିଲା। ଟ୍ରକ୍ ପଡ଼ି ବସ୍‌ଟି ଖଣ୍ଡବିଖଣ୍ଡ ହୋଇଥିଲେ ବି କୌଣସି ଯାତ୍ରୀଙ୍କର କ୍ଷତି ଘଟିନାହିଁ। ବସ୍‌ରେ ଥିବା ୨ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖ‍ବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। 

The post ବସ୍ ଉପରେ ଖସିଲା ଲୁହା ପଥର ବୋଝେଇ ଟ୍ରକ୍‌ appeared first on Odisha Reporter.



from Odisha Reporter https://ift.tt/2ZxJjRP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages