ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ନିର୍ବାଚନ ବେଳେ ଜାତୀୟ ଦଳମାନେ ମହିଳା ସଂରକ୍ଷଣ ପ୍ରତିଶ୍ରୁତି ଦେଇଥିଲେ। ଉଭୟ ଲୋକସଭା ଏବଂ ବିଧାନସଭାରେ ସଂରକ୍ଷଣ ନେଇ କଥା ଦେଇଥିଲେ। ତେଣୁ ଯଦି ଆମେ ଏ ପ୍ରତିଶ୍ରୁତି ପୂରଣ ନ କରିବା ଇତିହାସ ଆମକୁ କ୍ଷମା ଦେବନି।” ନିତି ଆୟୋଗ ବୈଠକରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏଥିସହ ବୈଠକରେ ମୁଖ୍ୟମନ୍ତ୍ରୀ ରେଲୱେ, ଟେଲିକମ, ବ୍ୟାଙ୍କିଂ, କେନ୍ଦ୍ରୀୟ ଅନୁଦାନ ହ୍ରାସ ପ୍ରସଙ୍ଗ ଉଠାଇଲେ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ କିଛି ଭାଷାକୁ ଅଷ୍ଟମ ପରିଚ୍ଛଦରେ ସାମିଲ ଦାବି କଲେ। UPSC, ନିଟ୍, ଜେଇଇ ପରୀକ୍ଷା ପ୍ୟାଟର୍ନ ପରିବର୍ତ୍ତନ କଥା ବି ଉଠାଇଲେ। କୋଚିଂ ନେଇନପାରି ଗ୍ରାମାଞ୍ଚଳର ବହୁ ମେଧାବୀ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ଦୃଷ୍ଟିରେ ରଖି ନିତି ଆୟୋଗ ବ୍ୟବସ୍ଥା କରିବାକୁ କହିଲେ ନବୀନ।
ଏଥିସହ ନବୀନ କହିଛନ୍ତି, ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ। ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ। ଏବେ ସମୟ ଆସିଛି ଦେଶ ଏମିତି ନିର୍ବାଚନୀ ବାତାବରଣରୁ ଊର୍ଦ୍ଧ୍ୱକୁ ଆସୁ। ନିର୍ବାଚନ ବାତାବରଣରୁ ବାହାରି ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ।
ସୂଚନାଯୋଗ୍ୟ, ଆଜି ଆୟୋଜିତ ହୋଇଯାଇଛି ନିତି ଆୟୋଗ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, କରୋନା ବେଳେ ମିଳିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରିଛନ୍ତି । କରୋନା ମହାମାରୀ ପରିଚାଳନାରେ ସାରା ବିଶ୍ୱରେ ନିଜର ଏଭଳି ଛବି ସୃଷ୍ଟି କରିଛି ଭାରତ ।
ଏଥିସହ ମୋଦି କହିଛନ୍ତି, ସ୍ୱାସ୍ଥ୍ୟ ସେବା, ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଦେଶରେ ମାଗଣା ବିଦ୍ୟୁତ୍ ଓ ଗ୍ୟାସ ସଂଯୋଗ, ଅଭାବୀଙ୍କୁ ସ୍ୱାବଲମ୍ବୀ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସରକାର । କରୋନା ଯୋଗୁ ପ୍ରଭାବିତ ଅର୍ଥନୀତିକୁ ସୁଧାରିବା ବ୍ୟବସ୍ଥା କରାଯାଉଛି । ବଜେଟ୍ରେ ଚାଷୀକୁ ପ୍ରାଧାନ୍ୟ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଚାଷକୁ ବୃଦ୍ଧି କରିବା ସହ ମତ୍ସ୍ୟ ସମ୍ପଦକ, କୁଟିର ଶିଳ୍ପର ବିକାଶ ଦିଗକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଥିବାରୁ ଚଳିତ ବର୍ଷ ବେଶ ଗୁରୁତ୍ୱ ବହନ କରୁଛି । ସମସ୍ତ ରାଜ୍ୟ ସରକାର ଏକତ୍ରିତ ହୋଇ ସାଧାରଣ ଲୋକଙ୍କ ସହାୟତା ଓ ଗରିବଙ୍କ ମାନଦଣ୍ଡ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଷଷ୍ଠ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ ବସିଥିଲା । ଯେଉଁଥିରେ ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଯୋଗଦେଇଥିଲେ ।
The post ‘ପ୍ରତିଶ୍ରୁତି ପୂରଣ ନ କଲେ ଇତିହାସ ଆମକୁ କ୍ଷମା ଦେବନି’ appeared first on Odisha Reporter.
from Odisha Reporter https://ift.tt/3pDmIxQ
No comments:
Post a Comment