ନୂଆଦିଲ୍ଲୀ: ଚର୍ଚ୍ଚିତ ଆମେରିକାନ ରାପର କାର୍ଡି-ବି। ହଲିଉଡରେ ତାଙ୍କର ରହିଛି ଢ଼େର ଚାହିଦା। ଯୁବପିଢ଼ୀ ତାଙ୍କ ରାପ୍ ଶୁଣିବାକୁ ପାଗଳ ହୋଇଯା’ନ୍ତି। ତାଙ୍କ ଶୋ’ରେ ମଧ୍ୟ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭିଡ ଜମେ। ନିକଟରେ ତାଙ୍କର ଏକ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ନିକଟରେ ଆମେରିକାନ ରାପର୍ କାର୍ଡି-ବିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ସୋଶାଲ ମିଡିଆରେ ଝଡ ସୃଷ୍ଟି ହୋଇଛି। ଏଥିରେ ସେ କଳା ରଙ୍ଗର ବିକିନି ପିନ୍ଧି ସିଢ଼ି ଉପରେ ଠିଆ ହୋଇଛନ୍ତି। ଏବଂ ତାଙ୍କ ପଛରେ ୧୯୮୧ ଦଶକର ବଲିଉଡ ଫିଲ୍ମ ‘ଜ୍ୟୋତି’ର ଏକ ପ୍ରସିଦ୍ଧ ଗୀତ ‘କଲିଓ କା ଚମନ୍..’, ଯାହାକୁ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଗାଇଥିଲେ, ତାହା ବାଜୁଥିବା ଶୁଣିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦେଶୀ ୟୁଜର୍ସମାନେ ତାଙ୍କୁ ସୋଶାଲ ମିଡିଆରେ ଜୋରସୋରରେ ଟ୍ରୋଲ କରିଛନ୍ତି। କାର୍ଡି-ବି ନିଜେ ଏହି ଭିଡିଓକୁ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେଆର କରିଛନ୍ତି।
ନ୍ୟୁୟର୍କରେ ଜନ୍ତିତ କାର୍ଡି ବି ଓରଫ ବେଲକାଲିସ୍ ମାର୍ଲେନିସ୍ ଆଲମାନଜାର ୱାଇନ୍ ଏବଂ ଇନଷ୍ଟାଗ୍ରାମରେ ଲୋକପ୍ରିୟତା ହାସଲ କରିଥିଲେ। ସେ ମ୍ୟୁଜିକ ଆଲବମ୍ ଇନଭିଜନ ଅଫ ପ୍ରାଇଭେସୀ, ‘ବିଲବୋର୍ଡ -200ରେ ଏକ ନମ୍ବର’ରେ ଡେବ୍ୟୁ କରିଥିଲା।
okay is that kaliyo ka chaman in the background?@?$#?$ https://t.co/AKzBSqZD6u
— Shushi⁷♡ (@KimSeokjinBitch) February 1, 2021
The post ଶୁଭିଲା ଲତା ମଙ୍ଗେସକରଙ୍କ ଗୀତ, ହଲିଉଡ ରାପରଙ୍କ ଭିଡିଓ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/3oBw2ln
No comments:
Post a Comment