୭ ମାସ ପରେ ଫେରାର ଥିବା ଆଇଆଇସିଙ୍କ ଆତ୍ମସମର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 2, 2021

୭ ମାସ ପରେ ଫେରାର ଥିବା ଆଇଆଇସିଙ୍କ ଆତ୍ମସମର୍ପଣ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୭ ମାସ ଧରି ଫେରାର ହେବା ପରେ ଶେଷରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବାଲେଶ୍ୱର ଟାଉନ୍ ଥାନାର ତତ୍କାଳୀନ ଆଇଆଇସି ସରୋଜିନୀ ନାଏକ। ଜମିଜମା ମାମଲାରେ ଲାଞ୍ଚ ନେଇଥିବା ନେଇ ଗତ ଜୁଲାଇରେ ସରୋଜିନୀଙ୍କ ନାଁରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। କିନ୍ତୁ ମାମଲା ରୁଜୁ ପରେ ଫେରାର ହୋଇଯାଇଥିଲେ ସରୋଜିନୀ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନାର ତତ୍‌କାଳୀନ ସବ୍‌ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହି ଘଟଣାରେ ଉଭୟ ଗିରଫ ହୋଇ ଜେଲ୍‌ ଯାଇଥିଲେ।

ଏହା ପରଠୁ ଆଇଆଇସି ସରୋଜିନୀ ନାୟକଙ୍କୁ ଖୋଜି ପାଉ ନ ଥିଲେ ଭିଜିଲାନ୍ସ ଅଧିକାରୀ। ଏପରିକି ସେ ଫୋନ୍ ଉଠାଉ ନ ଥିବା ବେଳେ  ଅନେକ ସମୟରେ ତାଙ୍କ ମୋବାଇଲ୍ ବନ୍ଦ ରହୁଥିବା କହିଥିଲେ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି। ଦୀର୍ଘ ଦିନ ପରେ ଆଜି ସରୋଜିନୀ ଆତ୍ମସମର୍ପଣ କରିଛନ୍ତି।    

The post ୭ ମାସ ପରେ ଫେରାର ଥିବା ଆଇଆଇସିଙ୍କ ଆତ୍ମସମର୍ପଣ appeared first on Odisha Reporter.



from Odisha Reporter https://ift.tt/3tl6xbm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages