ମାଟି ଚୁଲା ଧରି ବିଧାନସଭା ଗଲେ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ମାଟି ଚୁଲା ଧରି ବିଧାନସଭା ଗଲେ ବିଧାୟକ

ପାଟନା: ସାଧାରଣ ବଜେଟ ପରେ ଆରମ୍ଭ ହୋଇଛି ମହଙ୍ଗା ମାଡ। ଲଗାତାର ଦୁଇ ଦୁଇ ଥର ଏଲପିଜି ଦର ବଢ଼ିଥିବା ବେଳେ ତୈଲ ଦରରେ ଲଗାମ ଲାଗୁନି। ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାକୁ ଲାଗିଛି। ଏହାକୁ ଏବେ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ। ବିହାରରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ବିଧାୟକ ହାତରେ ମାଟି ଚୁଲା ଏବଂ କାଠ ଧରି ବିଧାନସଭା ଯାଇଛନ୍ତି। ସେହିପରି ଆଉ କିଏ ପେଟ୍ରୋଲ ଦର ବୃଦ୍ଧିକୁ ପ୍ରତିବାଦ କରି ସାଇକଲ ଚଳାଇ ବିଧାନସଭାରେ ପହଁଚିଛନ୍ତି ।

କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ଖାଁ ମାଟି ଚୁଲି ଓ ଜାଳେଣି କାଠ ନେଇ ବିଧାନସଭାରେ ପହଁଚିଥିବା ଦେଖିବାକୁ ମିଳଛ । ସକିଲ କହିଛନ୍ତି, ସେ ଏହାକୁ ସରକାରଙ୍କ ଉପହାର ସ୍ୱରୂପ ଦେବେ। ସକିଲଙ୍କ ସହ ବିଧାୟିକା ପ୍ରତିମା କୁମାର ଓ ଅଜିତ ଶର୍ମା ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି।

ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରୀୟ ଜନତା ଦଳ ବିଧାୟକ(ଆର୍‌ଜେଡି) ଅଖତରୁଲ ଇସାଲମ ସାହିନ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି। ସେ ସାଇକଲ ଚଳାଇ ବିଧାନସଭାରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାର ଖୁବ ଶୀଘ୍ର ତୈଳ ଦର କମ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପ୍ରଥମରୁ ହିଁ ଏଲପିଜି ସିଲିଣ୍ଡର ଦାମରେ ଦୁଇ ଦୁଇ ଥର ବୃଦ୍ଧି ଘଟିଛି। ପ୍ରଥମେ ୨୫ ଟଙ୍କା ଏବଂ ପରେ ୫୦ ଟଙ୍କା ବଢ଼ିଛି। ଫଳରେ ଖାଉଟିଙ୍କ ମଧ୍ୟରେ ଏହକୁ ନେଇ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ସେହିପରି ଲଗାତର ୧୧ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦାମ ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୯୦ ଡେଇଁଥିବା ବେଳେ ସେଞ୍ଚୁରୀ ମୁହାଁ ହୋଇସାରିଲାଣି।

The post ମାଟି ଚୁଲା ଧରି ବିଧାନସଭା ଗଲେ ବିଧାୟକ appeared first on Odisha Reporter.



from Odisha Reporter https://ift.tt/3dEBdzd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages