ରାଜଧାନୀରେ କଟାମୁଣ୍ଡ ମିଳିବା ଘଟଣା: ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ରାଜଧାନୀରେ କଟାମୁଣ୍ଡ ମିଳିବା ଘଟଣା: ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରୁ ମିଳିଥିବା ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ରହସ୍ୟର ଗୁମର ଫିଟୁଛି। ମହିଳାଙ୍କ ମୁଣ୍ଡକାଟ ଘଟଣାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ। ସମ୍ପୃକ୍ତ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ସୂଚନା ମିଳିଛି।  ହତ୍ୟା ପରେ ମହିଳାଙ୍କ ମୁଣ୍ଡକାଟ ହୋଇଥିବା ସୂଚନା ମିଳିଛି।  ପୋଷ୍ଟମର୍ଟମ ରିପୋର୍ଟ ନେଇ ବିଶ୍ୱସ୍ତ ସୂତ୍ରରୁ ତଥ୍ୟ ମିଳିଛି। ହେଲେ ପୁଲିସକୁ ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ମିଳିନଥିବା ସୂଚନା ମିଳିଛି।

ସୂଚନାରୁ ପ୍ରକାଶ, ଗୁରୁବାର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ  ମୁଣ୍ଡ ପୁଲିସ ଖୋଜି ପାଇନାହିଁ। ମାମଲା  ସମ୍ବେଦନଶୀଳ ହୋଇଥିବାରୁ  ଆଡିସିନାଲ୍‌ ଏସ୍‌ପି ରାଙ୍କର ଜଣେ ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍‌ ଗଠନ କରାଯାଇଛି।

The post ରାଜଧାନୀରେ କଟାମୁଣ୍ଡ ମିଳିବା ଘଟଣା: ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି appeared first on Odisha Reporter.



from Odisha Reporter https://ift.tt/3aIKMK4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages