ନୂଆଦିଲ୍ଲୀ: ପ୍ରାୟ ୧୪ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଥିବା ମେହୁଲ ଚୌକସିକୁ ଝଟକା। ସିଆଇପି ମାଧ୍ୟମରେ ମେହୁଲଙ୍କୁ ମିଳିଥିବା ନାଗରିକତାକୁ ରଦ୍ଦ କରିଛି ବାରବୁଡା ଓ ଆଣ୍ଟିଗୁଆ। ମେହୁଲ ଚୌକସି ଫେରାର ହେବା ପରେ ଏହି ଦେଶରୁ ରହୁଥିବା ଜଣାପଡ଼ିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଠକେଇରେ ନିରବ ମୋଦି ଏବଂ ତାର ମାମୁଁ ମେହୁଲ ଚୌକସି ସାମିଲ୍ ଅଛନ୍ତି। ଦୁଇ ଜଣଙ୍କର ଋଣ ଜାଲିଆତି ସାମ୍ନାକୁ ଆସିବା ପରେ ଉଭୟ ଫେରାର ଅଛନ୍ତି।
ନିକଟରେ ୟୁକେ କୋର୍ଟରେ ପଳାତକ ନିରବ ମୋଦିଙ୍କୁ ବଡ଼ ଝଟକା ଲାଗିଛି। ଭାରତ ସରକାର ପ୍ରତ୍ୟର୍ପଣ ପାଇଁ କୋର୍ଟରେ ଆବେଦନ କରିଥିଲେ। ଆଉ କୋର୍ଟ ଏହାକୁ ଅନୁମତି ଦେବା ପରେ ନିରବ ଭାରତ ଫେରିବା ରାସ୍ତା ଫିଟିଛି। ନିରବ ମୋଦି ଠକେଇ କରିଥିବାର ପର୍ଯ୍ୟାପ୍ତ ପ୍ରମାଣ ଅଛି ଏବଂ ସେ ଦୋଷୀ ସାବ୍ୟସ୍ତ ହୋଇପାରିବେ ବୋଲି କୋର୍ଟ ରାୟ ଶୁଣାଇବା ବେଳେ କହିଛନ୍ତି।
୪୯ ବର୍ଷୀୟ ନିରବ ମୋଦି ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱର୍ଥ ଜେଲରୁ ଭିଡିଓ ଲିଙ୍କ ମାଧ୍ୟମରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହୋଇଥିଲା। ବିଚାରପତି ସାମୁଏଲ୍ ଗୁଜି ରାୟ ପ୍ରଦାନ କରିବାବେଳେ ନିରବ ମୋଦି ନିଜର ମାନସିକ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉଠାଇଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ନିରବଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ତାଙ୍କ ପ୍ରତି କୌଣସି ଅନ୍ୟାୟ ହେବ ନାହିଁ। ମୁମ୍ବାଇର ଆର୍ଥର ରୋଡ ଜେଲର ବ୍ୟାରେକ ୧୨ ନିରବ ମୋଦିଙ୍କ ପାଇଁ ଫିଟ୍ ବୋଲି କୋର୍ଟ କହିଛନ୍ତି।
ଆର୍ଥର ରୋଡ୍ ଜେଲରେ ନିରବ ମୋଦିଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ଏବଂ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ତାଙ୍କ ଦ୍ୱାରା ଆତ୍ମହତ୍ୟା ହେବାର ଆଶଙ୍କା ନାହିଁ। ଭାରତର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ମାମଲା ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଥିବା ନିରବ ମୋଦୀ ଯୁକ୍ତି ରଖିଥିଲେ। ହେଲେ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ହୀରା ବ୍ୟବସାୟୀ ନିରବ ମୋଦି ଏବେ ଲଣ୍ଡନ ଜେଲରେ ଅଛନ୍ତି। ଏହା ପରେ କୋର୍ଟଙ୍କ ରାୟ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ଦସ୍ତଖତ ପାଇଁ ପଠାଯିବ। ତେବେ ନିରବ ମୋଦିଙ୍କ ହାଇକୋର୍ଟରେ ମଧ୍ୟ ଏକ ଆବେଦନ ରହିଛି। ପ୍ରତ୍ୟର୍ପଣ ୱାରେଣ୍ଟ ମାମଲାରେ ୧୯ ମାର୍ଚ୍ଚ ୨୦୧୯ ରେ ନିରବ ମୋଦି ଗିରଫ ହୋଇଥିଲେ। ସିବିଆଇ ଏବଂ ଇଡି ଏହି ମାମଲାର ଯାଞ୍ଚ କରୁଛନ୍ତି।
The post ନିରବ ମୋଦି ପରେ ମେହୁଲ ଚୌକସିଙ୍କୁ ଝଟକା appeared first on Odisha Reporter.
from Odisha Reporter https://ift.tt/3uDLoKe
No comments:
Post a Comment