ସୁନ୍ଦରଗଡ଼(ବିଜୟ ବରୁଆଁ): ସୁନା ଦୋକାନୀଙ୍କ ପୁଅଙ୍କୁ ଗୁଳି ମାଡ଼। ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଘଟିଯାଇଛି ଏପରି ଅଭାବନୀୟ ଘଟଣା। ଗୁରୁତରଜଣକ ହେଲେ ମା’ ମଙ୍ଗଳା ସୁନା ଦୋକାନ ମାଲିକଙ୍କ ପୁଅ ରୋହିତ ବର୍ମା।
ବଡ଼ଗାଁ ବସଷ୍ଟାଣ୍ଡ ନିକଟ ମା’ ମଙ୍ଗଳା ସୁନା ଦୋକାନରେ ରୋହିତ ବର୍ମା ଆଜି ସକାଳେ ବସିଥିଲେ। ଉକ୍ତ ସମୟରେ ହଠାତ୍ ୩ ଦୁର୍ବୃତ୍ତ ଏକ ବାଇକ୍ରେ ଆସିଥିଲେ। ଏହାପରେ ଦୋକାନରେ ବସିଥିବା ରୋହିତଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ମାରିଥିଲେ। ଗୋଟିଏ ଗୁଳି ରୋହିତଙ୍କ ମୁଣ୍ଡରେ ବାଜି ଥିବା ବେଳେ ଅନ୍ୟଟି ପେଟରେ ବାଜିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ଜଣେ ବ୍ୟକ୍ତି ମଧ୍ୟ ଗୁଳି ମାଡ଼ର ଶିକାର ହୋଇଛନ୍ତି। ତାଙ୍କ ଜଙ୍ଘରେ ଗୁଳି ବାଜିଛି ।
ଗୁଳି ମାଡ଼ କରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିବା ବେଳେ ଗୋଟିଏ ବନ୍ଧୁକ ସେଠାରେ ଖସି ପଡ଼ିଛି। ଗୁରୁତର ଦୁଇ ଜଣଙ୍କୁ ତୁରନ୍ତୁ ବଡ଼ଗାଁ ମେଡିକାଲକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଯାଞ୍ଚ କରୁଛି। ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
The post ସୁନା ଦୋକାନୀଙ୍କ ପୁଅକୁ ଗୁଳି ମାଡ଼ appeared first on Odisha Reporter.
from Odisha Reporter https://ift.tt/3kxEH7O
No comments:
Post a Comment