ଗୋଟିଏ ଫୋନ୍‌ କଲ୍‌ ଭାରତ-ପାକ୍‌ ସୀମା ପାର ସଂଘର୍ଷରେ ଲଗାଇଲା ରୋକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

ଗୋଟିଏ ଫୋନ୍‌ କଲ୍‌ ଭାରତ-ପାକ୍‌ ସୀମା ପାର ସଂଘର୍ଷରେ ଲଗାଇଲା ରୋକ୍

ନୂଆଦିଲ୍ଲୀ: ସୀମା ପାର ଗୁଳିମାଡ଼ ଉପରେ ରୋକ ଲଗାଇବା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଡିଲ୍ ହୋଇଛି। ଜମ୍ମୁ-କଶ୍ମୀରେ ଉଭୟ ଦେଶ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବେ ନାହିଁ ବୋଲି ରାଜି ହୋଇଛନ୍ତି। ପୂର୍ବରୁ ପାକିସ୍ତାନ ନିୟମିତ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ବେଳେ ହଠାତ୍ କେମିତି ଭାରତ ସହ ଡିଲ୍ କଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ହେଲେ ଏହା ପଛରେ ଗୋଟିଏ ଫୋନ୍ କଲ୍ ରହିଥିବା ଖବର ସାମ୍ନାକୁ ଆସିଛି। ଭାରତ ଓ ପାକିସ୍ତାନର ସାମରିକ ଅପରେସନ୍ ମହାନିର୍ଦ୍ଦେଶକଙ୍କ  ମଧ୍ୟରେ ସୋମବାର ଅପ୍ରତ୍ୟାଶିତ ଭାବେ ଫୋନ ଯୋଗେ ଆଲୋଚନା ହୋଇଥିଲା। ଏହାପରେ ଜମ୍ମୁ କଶ୍ମୀରରେ ଚାଲିଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନ ଉପରେ ରୋକ୍‌ ଲଗାଇବା ପାଇଁ ପଥ ପରିଷ୍କାର ହୋଇଥିଲା ବୋଲି ଜଣାପଡ଼ିଛି।

୨୦୦୩ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବା ପାଇଁ ଡିଲ୍‌ ହୋଇଥିଲା। ଏହାକୁ ୨୦୧୬ ଯାଏ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ତେବେ ୨୦୧୬ରେ ପାକିସ୍ତାନ ଆତଙ୍କବାଦୀମାନେ ଉରି କ୍ୟାମ୍ପରେ ହମଲା କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏହି କାରଣରୁ ୨୦୧୬ରୁ ୨୦୧୮ ମଧ୍ୟରେ ସର୍ବାଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ଘଟଣା ସାମ୍ନାକୁ ଆସିଥିଲା।

୨୦୧୮ ମସିହାରେ ପାକିସ୍ତାନ ଅସ୍ତ୍ରବିରତି ସମ୍ପର୍କରେ ନୂଆ ପ୍ରସ୍ତାବ ଦେଇଥିଲା। ହେଲେ ଏହା ଗ୍ରହଣ ନ ହେବାରୁ ଉଭୟ ଦେଶ ସୀମାରେ ଗୁଳିମାଡ଼ ଜାରି ରହିଥିଲା। ନିୟମିତ ଭାବେ ଭାରତ ଓ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପରସ୍ପରକୁ ଗୁଳିମାଡ଼ କରୁଥିଲେ। ତଥାପି ଦୁଇ ଦେଶ ମଧ୍ୟରେ ହଟଲାଇନ୍‌ରେ ଯୋଗାଯୋଗ ଜାରି ରହିଥିଲା। ଭାରତ ଓ ପାକିସ୍ତାନର ଜଣେ ଲେଖାଏ ମେଜର ରାଙ୍କର ଅଫିସର ନିୟମିତ ରୁଟିନ୍‌ କାମ ବିଷୟରେ ଉଭୟ ଦେଶକୁ ଜଣାଉଥିଲେ।

ସେହିପରି ସପ୍ତାହକରେ ଗୋଟିଏ ଥର ବ୍ରିଗେଡିୟର୍ ସ୍ତରୀୟ ଆଲୋଚନା ମଧ୍ୟ ହେଉଛି। କିନ୍ତୁ ଉଭୟ ଦେଶର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନର ନିର୍ଦ୍ଦେଶକ ପରସ୍ପର ସହ ଖୁବକମ୍ ସମୟରେ କଥାବାର୍ତ୍ତା କରନ୍ତି।

ତେବେ ସୋମବାର ଦିନ ଅପ୍ରତ୍ୟାଶିତ ଭାବେ ଉଭୟ ଦେଶର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନର ନିର୍ଦ୍ଦେଶକ ପରସ୍ପର ସହ ଫୋନ୍‌ରେ କଥା ହୋଇଥିଲେ। ଏଥିସହ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବାକୁ ଏହି ଫୋନ୍‌ରେ ହିଁ ଡିଲ୍‌ ହୋଇଥିଲା। ବୁଧବାର ମଧ୍ୟରାତ୍ରରୁ ଏହା କାର୍ଯ୍ୟକାରୀ କରାଯିବାକୁ ମଧ୍ୟ ସେମାନେ ରାଜି ହୋଇଥିଲେ।

ନିଷ୍ପତ୍ତି ଅନୁଯାୟୀ, ଗୁରୁବାର ମିଳିତ ବିବୃତିରେ ଉଭୟ ଦେଶ ପରସ୍ପର ସହ ଅସ୍ତ୍ରବିରତି ସଂକ୍ରାନ୍ତ ଡିଲ୍‌ କରିଛନ୍ତି ବୋଲି ଘୋଷଣା କରିଥିଲେ। ଏଥିରେ କୁହାଯାଇଛି ଯେ ଉଭୟ ଦେଶର ପରସ୍ପରର ଲାଭ ଓ ସୀମାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ରାଜି ହୋଇଛନ୍ତି। ସୀମାରେ ଅଶାନ୍ତି ଓ ହିଂସା ସୃଷ୍ଟି କରିବା ଭଳି ଘଟୁଥିବା ସମସ୍ୟାର ସମାଧାନ ମିଳିତ ଭାବେ କରାଯିବ ବୋଲି ଡିଲ୍‌ ମଧ୍ୟ ହୋଇଛି।

ଭାରତ ଓ ପାକିସ୍ତାନ ପରସ୍ପର ସହ କରିଥିବା ଡିଲ୍‌କୁ କଡ଼ାକଡ଼ି ଭାବେ ପାଳନ କରିବେ। ସୀମାରେ କୌଣସି ପ୍ରକାରର ଉତ୍ତେଜନା ସୃଷ୍ଟି କରିବା ଭଳି କାର୍ଯ୍ୟ କରାଯିବ ନାହିଁ। ଏହି ନିୟମ ୨୪/୨୫ ମଧ୍ୟରାତ୍ରିରୁ ଆରମ୍ଭ ହେବ। ଏଥିରେ ଆହୁରି କୁଯାଇଛି ଯେ କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିଲେ କିମ୍ବା ଭୁଲ ବୁଝାମଣା ହେଲେ ତୁରନ୍ତ ଏହାର ସାମାଧନ ପାଇଁ ହଟଲାଇନ୍‌ରେ ଯୋଗାଯୋଗ କରାଯିବ। ସେହିପରି ‘ଫ୍ଲାଗ୍ ମିଟିଂ’ର ବ୍ୟବସ୍ଥା ବି ହେବ।

ଅନ୍ୟପକ୍ଷରେ ସରକାରଙ୍କ ତଥ୍ୟ ତଥ୍ୟ ଅନୁଯାୟୀ, ଗତ ତିନିବର୍ଷ ମଧ୍ୟରେ ସୀମାରେ ପ୍ରାୟ ୧୧ ହଜାର ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଥିରେ ୧୪୦ରୁ ଅଧିକ ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକ ନିହତ ହୋଇଛନ୍ତି।

କେବଳ ଗତବର୍ଷ ପାକିସ୍ତାନ ୫୧୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ୪୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ସେହିପରି ଚଳିତ ବର୍ଷ ଜାନୁଆରୀ ୨୮ ଯାଏ ପାକିସ୍ତାନ ୨୯୯ ଥର ସୀମା ଲଙ୍ଘି ଗୁଳିମାଡ଼ କରିଛି।

The post ଗୋଟିଏ ଫୋନ୍‌ କଲ୍‌ ଭାରତ-ପାକ୍‌ ସୀମା ପାର ସଂଘର୍ଷରେ ଲଗାଇଲା ରୋକ୍ appeared first on Odisha Reporter.



from Odisha Reporter https://ift.tt/3qVi3c4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages