‘ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଯିବାରୁ ଅଟକାଇଲେ, ଏବେ ଘରେ ମରିବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

‘ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଯିବାରୁ ଅଟକାଇଲେ, ଏବେ ଘରେ ମରିବୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):“ନ୍ୟାୟ ପାଇଁ ବାର ଦୁଆର ବୁଲିଲୁଣି। ତଥାପି ନ୍ୟାୟ ମିଳୁନି । ମନ୍ତ୍ରୀ କହୁଛନ୍ତି ଯେମିତି ମରୁଛ ମର, ମୁଁ କିଛି କରିପାରିବିନି।  ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଯିବାରୁ ସେଠାରେ ଅଟକାଇଦେଲେ । ଏଥର ଘର ଭିତରେ ଆତ୍ମାହୁତି ଦେବୁ, କିଏ ରୋକିବ ।” ନିଜ ପୁଅକୁ ହରାଇବା ପରେ ନ୍ୟାୟ ପାଇଁ ବାର ଦୁଆର ହେଉଥିବା ସୁଲୋଚନା ଦାଶ କୋହଭରା କଣ୍ଠରେ ଏପରି କହିଛନ୍ତି ।

ପୁଅ ହତ୍ୟାକାରୀକୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିବା ସୁଲୋଚନା ଗତ ବିଧାନସଭା ଅଧିବେଶନ ସମୟରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ଏ ସଂକ୍ରାନ୍ତରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା । ମାନବାଧିକାର କମିଶନଙ୍କ ପକ୍ଷରୁ ଦିଆଯାଇଥିବା ତଦନ୍ତ ଶେଷ ହୋଇ ନାହିଁ । ତେଣୁ ଅଧିକ ଚାରି ସପ୍ତାହ ସମୟ ନେଇଛନ୍ତି ମାନବାଧିକାର କମିଶନଙ୍କ ପକ୍ଷରୁ ନିଯୁକ୍ତ ତଦନ୍ତକାରୀ ଅଧିକାରୀ । ସେପଟେ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ମୃତ ଯୁବକଙ୍କ ଭାଇ ।

ସୂଚନାଯୋଗ୍ୟ,  ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଯୁବକ ଅମୃତ ଦାଶଙ୍କ ମୃତ୍ୟୁକୁ ପରିବାର ଲୋକ  ହତ୍ୟାକାଣ୍ଡ ବୋଲି ଦୀର୍ଘଦିନ ହେବ ଦାବି କରୁ ଆସୁଛନ୍ତି। ହେଲେ ନ୍ୟାୟ ମିଳୁ ନ ଥିବାରୁ ପରିବାର ଲୋକେ ଏଭଳି ପଦକ୍ଷେପ ନେବାକୁ ଚେତାବନୀ ଦେଇଛନ୍ତି।

ଏନେଇ ମୃତ ଯୁବକଙ୍କ ମା’ କହିଛନ୍ତି, “ପୁଲିସ୍‌ କିଛି କଲାନି ବୋଲି ହ୍ୟୁମାନ ରାଇଟସ୍‌ରେ ବର୍ଷେ ହେଲା ଅଭିଯୋଗ କଲୁ। ୧୦,୧୫ ଥର ଆସି ସାରିଲୁଣି। ଆଜି କହିଲେ ପୁଲିସ୍‌ ୪ ସପ୍ତାହ ସମୟ ମାଗିଛି। ତଦନ୍ତ କଲେ ଯାହା ରିପୋର୍ଟ ଆସିବ ଜଣାଇବୁ।”

ଏନେଇ ମୃତକଙ୍କ ଭାଇ କହିଛନ୍ତି, “ସମ୍ପୂର୍ଣ୍ଣ ବ୍ୟବସ୍ଥା ଦୁର୍ନୀତିରେ ବୁଡ଼ି ରହିଛି। କୌଣସି ମନ୍ତ୍ରୀ, ବିଧାୟକ ଦୁଃଖ ଶୁଣୁ ନାହାନ୍ତି। ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦେଖାକରିବାରୁ କହିଲେ ଯାହା କରୁଛ କର, ମୁଁ କିଛି କରିପାରିବିନି। ଅତନୁ ସବ୍ୟସାଚୀ ନାୟକ କହିଲେ ତମେ ଯେମିତି ମରୁଛ ମର, ମୁଁ କିଛି କରିପାରିବିନି। ସ୍ଥାନୀୟ ବିଧାୟକ ବି ସେହି କଥା କହୁଛନ୍ତି।  ତେଣୁ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିଗଲାଣି।”

The post ‘ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଯିବାରୁ ଅଟକାଇଲେ, ଏବେ ଘରେ ମରିବୁ’ appeared first on Odisha Reporter.



from Odisha Reporter https://ift.tt/3uyQszy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages