ରାତିରେ ଶୋଇଥିଲେ, ଦଳିଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

ରାତିରେ ଶୋଇଥିଲେ, ଦଳିଦେଲା ହାତୀ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ରାତିରେ ଶୋଇଥିବା ଅବସ୍ଥାରେ ଦଳିଦେଲା ହାତୀ। ଏଭଳି ଅଘଟଣ ଘଟିଛି କୁଚିଣ୍ଡା ଭୋଜପୁର ରେଂଜ ଗଡ଼ାକୁନା ଗାଁ ଅଖରାଦାନ ପଡ଼ାରେ। ହାତୀ ଆକ୍ରାମଣରେ ମା’ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଉକ୍ତ ଗୁରୁତର ବାପା ଓ ମୃତ ମା’ ଏବଂ ପୁଅ ଇଟା ଭାଟିରେ ଶ୍ରମିକ ଭାବେ କାମ କରନ୍ତି। ଗତ ରାତିରେ ଇଟାଭାଟିରେ କାମ ସାରି ନିକଟସ୍ଥ ଏକ କୁଡିଆରେ ତିନି ଜଣ ଶୋଇଥିଲେ। ଏହି ସମୟରେ ହାତୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଶୋଇଥିବା ଅବସ୍ଥାରେ ହିଁ ମା’ ଓ ପୁଅକୁ ଦଳି ମାରିଥିଲା ଦନ୍ତା । ସପଟେ ଏହି ଅକ୍ରମଣରେ ବାପା ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଏବଂ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟରେ ବନଖଣ୍ଡ ଅଧିକାରୀ ଏବଂ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

The post ରାତିରେ ଶୋଇଥିଲେ, ଦଳିଦେଲା ହାତୀ appeared first on Odisha Reporter.



from Odisha Reporter https://ift.tt/3pQQHlX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages