ବିଶ୍ୱର ସବୁଠାରୁ ବଡ଼ ମୋଟେରା ଷ୍ଟାଡିୟମ ସମ୍ପର୍କରେ କିଛି ରୋଚକ ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

ବିଶ୍ୱର ସବୁଠାରୁ ବଡ଼ ମୋଟେରା ଷ୍ଟାଡିୟମ ସମ୍ପର୍କରେ କିଛି ରୋଚକ ତଥ୍ୟ

ମୋଟେରା: ଗୁଜରାଟର ମୋଟେରାରେ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ପିଙ୍କ ବଲ ଟେଷ୍ଟ ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ଭାରତୀୟ ସମୟ ୨.୩୦ରୁ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ନୂଆ କରି ତିଆରି ହୋଇଥିବା ଷ୍ଟାଡିୟମରେ ଖେଳାଯିବ। ମୋଟେରାର ଏହି ଷ୍ଟାଡିୟମ୍ ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍।

ଏଠାରେ ଏକକାଳୀନ ଲକ୍ଷେ ୧୦ ହଜାର ଲୋକ ବସି ମ୍ୟାଚ୍‌ ଉପଭୋଗ କରିପାରିବେ। ତେବେ କରୋନା ପାଇଁ ଆଜିର ମ୍ୟାଚ୍‌ରେ ୫୦% ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଛଡ଼ାଯିବ। ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମକୁ ଅତ୍ୟନ୍ତ ସୁନ୍ଦରତାର ସହ ସଜ୍ଜାଯାଇଛି। ଏହାର ଫଟୋ ମଧ୍ୟ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।

ତେବେ ଆସନ୍ତୁ ଜାଣିବା ମୋଟେରା ଷ୍ଟାଡିୟମ ବିଷୟରେ ୧୦ ରୋଚକ କଥା

୧. ଏହାକୁ ସର୍ଦ୍ଦାର ପଟେଲ ଷ୍ଟାଡିୟମ ଭାବେ ନାମିତ କରାଯାଇଛି। ସାବରମତୀ ନଦୀ କୂଳରେ ଥିବା ଏହି ଷ୍ଟାଡିୟମକୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ବା ଏମସିଜି ଢାଞ୍ଚାରେ ତିଆରି କରାଯାଇଛି। ତେବେ ଏମସିଜିର ଦର୍ଶକ କ୍ଷମତା ୯୦,୦୦୦ ଥିବା ବେଳେ ମୋଟେରାରେ ଲକ୍ଷେ ୧୦ ହଜାର ଲୋକ ବସି ପାରିବେ।

ଏହା ଅଲିମ୍ପିକ୍ ଆକାରର ୩୨ଟି ଫୁଟବଲ୍ ପଡ଼ିଆକୁ ଗିଳିବାର କ୍ଷମତା ରଖିଛି। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡକୁ ତିଆରି କରିଥିବା ଅଷ୍ଟ୍ରେଲୀୟ ପ୍ରସିଦ୍ଧ ସ୍ଥପତି ପୋପୁଲସ୍ ଏହାର ଡିଜାଇନ୍ କରିଛନ୍ତି। ତେବେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ପରି ଏଠାରେ କୌଣସି ସ୍ତମ୍ଭର ବ୍ୟବହାର କରାଯାଇ ନାହିଁ।

୨. ଗୁଜରାଟ କ୍ରିକେଟ୍ ଆସୋସିଏସନର ସଭାପତି ଥିବାବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଏପରି ଷ୍ଟାଡିୟମ ତିଆରି କରିବାର ପରିକଳ୍ପନା କରିଥିଲେ। ୬୩ ଏକର ଜମିରେ ନିର୍ମିତ ଏହି ଷ୍ଟାଡିୟମର ବିଶେଷତ୍ୱ ହେଉଛି ଏଥିରେ ଚାରୋଟି ଡ୍ରେସିଂ ରୁମ୍, ଗୋଟିଏ ଅଲିମ୍ପିକ୍ ସାଇଜ୍ ସୁଇମିଂ ପୁଲ୍, ୭୬ଟି କର୍ପୋରେଟ୍ ବକ୍ସ ଅଛି।

ପ୍ରତି କର୍ପୋରେଟ୍ ବକ୍ସରେ ଅତି କମରେ ୨୫ ଜଣ ବସି ମ୍ୟାଚ୍ ଉପଭୋଗ କରିପାରିବେ। ଏହାବାଦ ଏଠାରେ ଗୋଟିଏ ଇନଡୋର କ୍ରିକେଟ୍ ଏକାଡେମୀ, ବ୍ୟାଡମିଣ୍ଟନ୍, ଟେନିସ୍ କୋଟ, ସ୍କ୍ୱାସ୍, ଟେବୁଲ୍ ଟେନିସ୍, ତିନୋଟି ଅଭ୍ୟାସ ପଡ଼ିଆ ଓ ୫୦ଟି ରୁମ୍ ଅଛି। ଷ୍ଟାଡିୟମରେ ଥିବା ସମସ୍ତ ୭୬ଟି ଯାକ କର୍ପୋରେଟ୍ ବକ୍ସକୁ ୨୫ ବର୍ଷ ପାଇଁ ୨.୫ କୋଟି ଟଙ୍କା ଦରରେ ଲିଜ୍ ଦିଆଯାଇଛି।

ପଡ଼ିଆରେ ମୋଟ କଳା ଓ ନାଲି ମାଟିରେ ୧୧ଟି ପିଚ୍ ତିଆରି କରାଯାଇଛି। ଏହି ପିଚ୍‌ରେ ହିଁ ମ୍ୟାଚ୍‌ ଖେଳାଯିବ। ଏହାର ଡ୍ରେନେଜ୍ ବ୍ୟବସ୍ଥା ଏତେ ଭଲ ଯେ ମାତ୍ର ୩୦ ମିନିଟ୍ ମଧ୍ୟରେ ଏଠାରୁ ବର୍ଷା ଜଳ ନିଷ୍କାସନ କରାଯାଇ ପାରିବ।

୩. ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମୋଟେରାରେ ଇତିହାସ ସୃଷ୍ଟି କରି ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜ କ୍ୟାରିୟରର ୧୦ ହଜାର ରନ ଅତିକ୍ରମ କରିଥିଲେ। କେବଳ ଏତିକି ନୁହେଁ, କପିଲ ଦେବ ମଧ୍ୟ ମୋଟେରାରେ ୧୯୯୫ ମସିହାରେ ନିଜ କ୍ୟାରିୟରର ୪୩୨ତମ ୱିକେଟ୍ ନେଇଥିଲେ। ଏହି ସଫଳତା ପରେ ସେ ଦୁନିଆର ସର୍ବାଧିକ ୱିକେଟ୍ ନେବାରେ ସାର୍ ରିଚାର୍ଡ ହେଡଲିଙ୍କ ରେକର୍ଡକୁ ଭାଙ୍ଗିଥିଲେ। ସଚିନ ତେନ୍ଦୁଲକର ଏହି ଷ୍ଟାଡିୟମରେ ୩୦ ହଜାର ଅନ୍ତର୍ଜାତୀୟ ରନ୍ ପାର୍ କରିବାର ମାଇଲଖୁଣ୍ଟ ସ୍ଥାପନ କରିଥିଲେ।

୪. ଭାରତରେ ଏଯାଏ ଅନୁଷ୍ଠିତ ହୋଇଥିବା ବିଶ୍ୱକପର ଯେମିତି ହେଲେ ଗୋଟିଏ ମ୍ୟାଚ୍‌ ମୋଟେରା ଖେଳାଯାଇଛି। ୧୯୮୭, ୧୯୯୬, ଓ ୨୦୧୧ ଆଇସିସିର ଦିନିକିଆ ବିଶ୍ୱକପ୍ ମ୍ୟାଚ୍‌ ମୋଟେରା ପିଚ୍‌ରେ ଖେଳାଯାଇଥିଲା।

୫. ଏପର୍ଯ୍ୟନ୍ତ ମୋଟେରାରେ ୧୨ଟି ଟେଷ୍ଟ, ୨୩ ଟି ଦିନିକିଆ ଓ ଗୋଟିଏ ଟି -୨୦ ମ୍ୟାଚ୍ ଆୟୋଜିତ ହୋଇଛି। ୧୨ଟି ଟେଷ୍ଟ ମ୍ୟାଚରୁ ଭାରତ ୪ଟି ଜିତିଛି ଓ ୨ଟି ହାରିଛି। ବାକି ୬ଟି ମ୍ୟାଚ ଡ୍ର ରହିଥିଲା। ସେହିପରି ଭାରତ ଏଠାରେ ଖେଳିଥିବା ୧୬ଟି ଦିନିକିଆରୁ ୭ଟି ଜିତିଛି ଓ ୮ଟିରେ ହାରିଛି। ଏଠାରେ ୨୦୧୨ରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ମଧ୍ୟ ଭାରତ ବିଜୟୀ ହୋଇଥିଲା।

୬. ୨୦୨୦ ମସିହା ଫେବୃଆରୀ ୨୦ରେ ନବନିର୍ମିତ ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ଦେଢ଼ ଲକ୍ଷ ଲୋକ ଯୋଗଦେଇଥିଲେ। ଏହି ଷ୍ଟାଡିୟମରେ ବିସିସିଆଇ ସମ୍ପାଦକ ଜୟ ଶାହ ଏକାଦଶ ବନାମ ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ଏକାଦଶ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା। ଏହା ବ୍ୟତୀତ ଚଳିତ ବର୍ଷ ସୟଦ ମୁସ୍ତାକ ଅଲୀ ଟୁର୍ଣ୍ଣାମେଣ୍ଟର ଫାଇନାଲ ମଧ୍ୟ ଏହି ଐତିହାସିକ ଗ୍ରାଉଣ୍ଡରେ ଖେଳା ଯାଇଥିଲା।

୭. ଏହି ଷ୍ଟାଡିୟମକୁ ବଡ଼ କରିବାର ବୁଦ୍ଧି ନରେନ୍ଦ୍ର ମୋଦି ଦେଇଥିଲେ। ସେ ଏହାର ନବୀକରଣ କରିବା ପରିବର୍ତ୍ତେ ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମ ଠାରୁ ଏହା କେମିତି ଅଧିକ ବଡ଼ ହେବ, ତା’ର ବ୍ୟବସ୍ଥା କରିବାକୁ କହିଥିଲେ।

୮. ମୋଟେରାର ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଲାର୍ସନ୍ ଓ ଟର୍ବୋ କମ୍ପାନୀ ତିଆରି କରିଛି। ଏହି କମ୍ପାନୀ କତାରରେ ୨୦୨୨ରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ଅଲ୍ ରୟାନ୍ ଷ୍ଟାଡିୟମ୍ ନିର୍ମାଣ କରିଛି। ଏହାର କ୍ଷମତା ରହିଛି ୪୦ ହଜାର।

୯. ଏହି ଐତିହାସିକ ଷ୍ଟାଡିୟମ ନିର୍ମାଣ ପାଇଁ ତିନୋଟି କମ୍ପାନୀ ନିଲାମରେ ସାମିଲ ହୋଇଥିଲେ। ତେବେ ୬୭୭.୧୯ କୋଟି ଟଙ୍କାରେ ଲାର୍ସନ୍‌ ଓ ଟର୍ବୋ ଏହାର ନିର୍ମାଣ ଦାୟିତ୍ୱ ପାଇଥିଲା।

୧୦. ମୋଟେରାର ଷ୍ଟାଡିୟମ୍ ପ୍ରଥମେ ୧୯୮୩ ରେ ନିର୍ମିତ ହୋଇଥିଲା। ଏହାକୁ ୨୦୦୬ରେ ନବୀକରଣ କରାଯାଇଥିଲା। ଏହାକୁ ୨୦୧୫ରେ ଭଙ୍ଗା ଯାଇ ପୁନଃ ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ୨୦୨୦ରେ ଏହାର ନିର୍ମାଣ କାମ ସରିଛି।

The post ବିଶ୍ୱର ସବୁଠାରୁ ବଡ଼ ମୋଟେରା ଷ୍ଟାଡିୟମ ସମ୍ପର୍କରେ କିଛି ରୋଚକ ତଥ୍ୟ appeared first on Odisha Reporter.



from Odisha Reporter https://ift.tt/3dFnkkb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages