ଏଟିଏମ୍‌ରୁ ଲୁଟି ମାଲେମାଲ ହେଉଥିଲେ, ଶେଷରେ ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ଏଟିଏମ୍‌ରୁ ଲୁଟି ମାଲେମାଲ ହେଉଥିଲେ, ଶେଷରେ ବନ୍ଧା ହେଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ପରିଚିତ ଲୋକଙ୍କଠାରୁ ଏଟିଏମ୍‌ କାର୍ଡ ମାଗି ଆଣି ସେଥିରେ କିଛି ଟଙ୍କା ଜମା କରନ୍ତି। ଏହାପରେ କାର୍ଡଟି ନେଇ କୌଣସି ଏକ  ର ବ୍ୟାଙ୍କ  ଏଟିଏମ୍‌ କାଉଣ୍ଟରକୁ ଯାଇଥାନ୍ତି। ସେଠାରେ ଟଙ୍କା ଉଠାଇବା ବାହାନାରେ cash dispenserର ସଟରଟିକୁ ଚିପି ଧରନ୍ତି। ଏଟିଏମ୍‌ଟି କିଛି ଥର ଆଲର୍ଟ ଦେଲାପରେ transaction declined କରିଦେଇଥାଏ।

ଠିକ୍‌ ଏହି ସମୟରେ ଠକେଇ କରିଥିବା ଲୋକଟି dispenserରୁ ହାତ କାଢ଼ିଦେଇଥାଏ, ଫଳରେ ଅଟକି ରହିଥିବା ଟଙ୍କା ବାହାରକୁ ଆସିଯାଏ। ଅର୍ଥାତ ବ୍ୟାଙ୍କ ସର୍ଭରରେ transaction ହୋଇନାହିଁ ବୋଲି ରେକର୍ଡ ରହିଯାଇଥିବା ବେଳେ ବାସ୍ତବରେ କିନ୍ତୁ ଅପରାଧିମାନେ ଟଙ୍କା ଉଠେଇ ନେଇଯାଇଥାନ୍ତି। ଉତ୍ତରପ୍ରଦେଶରୁ ଆସି ଏପରି ଲୁଟ୍‌ କରି ମାଲାମାଲ ହେଉଥିବା ୫ ଲୁଟେରାଙ୍କୁ ବାଲେଶ୍ୱର ଜିଲ୍ଲା  ସାଇବର ସେଲ୍‌ ସହଯୋଗରେ  ଇଣ୍ଡଷ୍ଟ୍ରିଆଲ ଏରିଆ ଥାନା ପୁଲିସ୍‌ ଗତ ରାତିରେ ଗିରଫ କରିଛି। ସେମାନେ ଧରାପଡିଥିବା ପୂର୍ବରୁ ବାଲେଶ୍ଵର ସହରର ୪ଟି  ଏଟିଏମ୍‌ରୁ ଏହି ଧରଣର ଠକେଇ କରିଥିବା ଜଣାପଡିଛି।

ଏପରି ଭାବେ ଠକି ଲୁଟେରା ମାଲେମାଲ ହେଉଥିବା ବେଳେ ବ୍ୟାଙ୍କ ସର୍ଭରରେ ଟଙ୍କା ଟ୍ରାନଜାକ୍ସନ ହୋଇନାହିଁ ବୋଲି ରେକର୍ଡ ରହିଯାଇଥାଏ।  ପରେ ଲୁଟେରାମାନେ ବ୍ୟାଙ୍କର ଗ୍ରାହକ ସେବାକୁ ଫୋନ କରି ଆକାଉଣ୍ଟରୁ ଟଙ୍କା କଟିଥିବା ବେଳେ  ଏଟିଏମ୍‌ରୁ କିନ୍ତୁ ଟଙ୍କା ବାହାରି ନ ଥିବା ଅଭିଯୋଗ କରିଥାନ୍ତି। ଅପରପକ୍ଷେ, ବ୍ୟାଙ୍କ ନିଜ ସର୍ଭରରେ transaction declined ଥିବା ଦେଖି ଆକାଉଣ୍ଟରୁ କଟିଥିବା ଟଙ୍କା ପୁଣି ସେଥିରେ ଜମା କରିଦେଇଥାଏ।

ଏହିଭଳି ପ୍ରକ୍ରିୟାରେ ଏହି ଠକମାନେ ବିଭିନ୍ନ ଏଟିଏମ୍‌ରେ ଏକାଧିକ କାର୍ଡ ବ୍ୟବହାର କରି ବିପୁଳ ପରିମାଣର ଅର୍ଥ ଠକେଇ କରିଥାନ୍ତି । ଯାହା ଫଳରେ ବ୍ୟାଙ୍କକୁ ଅଜାଣତରେ ବଡ ଧରଣର କ୍ଷତି ସହିବାକୁ ପଡେ। ଠକମାନେ ପାଇଥିବା ଟଙ୍କାର କିଛି ଅଂଶ ଏଟିଏମ୍‌ କାର୍ଡ  ଆଣିଥିବା ବ୍ୟକ୍ତିଙ୍କୁ   ଦେଇଥାନ୍ତି।

ପୁଲିସ୍‌ ସେମାନଙ୍କଠାରୁ  ୧୫୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ, ୮ ଟି ମୋବାଇଲ ଫୋନ, ୬୪ ହଜାର ଟଙ୍କା ଜବତ କରିଛି। ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରି ରହିଛି।

The post ଏଟିଏମ୍‌ରୁ ଲୁଟି ମାଲେମାଲ ହେଉଥିଲେ, ଶେଷରେ ବନ୍ଧା ହେଲେ appeared first on Odisha Reporter.



from Odisha Reporter https://ift.tt/3tEFGqO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages