ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୧୭୦ଙ୍କ ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୧୭୦ଙ୍କ ପତ୍ତା ମିଳୁନି

ଚମୋଲି: ତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବରଫ ଅତଡ଼ା ଖସି ଗତକାଲି ଭୟଙ୍କର ବିପର୍ଯ୍ୟୟ ଘଟିଥିବା ବେଳେ ଏଥିରେ ମୃତକଙ୍କ ସଂଖ୍ୟା ୧୪ରେ ପହଞ୍ଚିଲାଣି।  ଏହି ଭୟଙ୍କର ହିମସ୍ଖଳନରେ ଏବେ ବି ୧୭୦ ଲୋକ ନିଖୋଜ  ଅଛନ୍ତି। ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।

ଏହି ଦୁର୍ଘଟଣା ସମୟରେ ତପୋବନ ଏନଟିପିସି ପ୍ଲାଣ୍ଟରେ ୧୦୦ରୁ ଅଧିକ ଲୋକେ କାମ କରୁଥିଲେ। ଗତକାଲି ଘଟଣାସ୍ଥଳରୁ ୧୦ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଆଟିବିପିର ଡିଜି କହିଥିଲେ। ଏହାବ୍ୟତୀତ ୩୦ରୁ ଅଧିକ ଲୋକ ଏବେ ବି ପ୍ରୋଜେକ୍ଟର ସୁଡଙ୍ଗରେ ଫସି ରହିଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ଜଳସ୍ତର କମିବା ପରେ ସେମାନଙ୍କୁ ଉଦ୍ଧାର  ଲାଗି ଇଞ୍ଜିନିୟରିଂ ୱିଙ୍ଗର ୪୦ ଯବାନ  ଅପରେସନ ଆରମ୍ଭ କରିଛନ୍ତି। ଜେସିବି ସହାୟତରେ ଟନେଲ ଭିତରେ ପ୍ରବେଶ କରି ରାସ୍ତା ଖୋଲିବାକୁ ଉଦ୍ୟମ ଜାରି ରହିଛି। ହେଲେ ଟନେଲରେ ବହୁତ ଆବର୍ଜନା ଜମା ହୋଇଯିବାରୁ ତାକୁ ହଟାଇବା କାଠିକର ପାଠ ହୋଇପଡ଼ୁଛି।

ନିଖୋଜ ୧୭୦ଙ୍କ ମଧ୍ୟରୁ  NTPC  ପ୍ଲାଣ୍ଟରେ ୧୪୮ ଓ ଋଷିଗଙ୍ଗାରେ କାମ କରୁଥିବା ୨୨ ଲୋକ ସାମିଲ ଥିବା ସୂଚନା ମିଳିଛି।  ଅନ୍ୟ ଏକ ଟନେଇରେ ଫସିଥିବା  ୧୨ ଜଣଙ୍କୁ ITBP ଟିମ୍‌ ପକ୍ଷରୁ ଉଦ୍ଧାର କରାଯାଇଛି।

ଋଷିଗଙ୍ଗା ଓ ତପୋବନ ପ୍ରୋଜେକ୍ଟ ଭାସି ଯିବା ଦ୍ୱାରା ପ୍ରାୟ ୭ଶହ କୋଟିର କ୍ଷତି ହୋଇଥିବା ଆକଳନ କରାଯାଉଛି। ଏନଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଓ ଆଇଟିବିପି ଓ ସ୍ଥାନୀୟ ପୁଲିସ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ବରଫ ଅତଡ଼ା ଖସିବାରୁ ତପୋବନ ଟନେଲ୍ ବ୍ଲକ୍ ହୋଇଯାଇଥିଲା, ଯେଉଁଥିରେ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି।   ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଏହି ଭୟଙ୍କର ଦୁର୍ଘଟଣାରେ ୧୫୦ ଲୋକଙ୍କର  ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରିଛନ୍ତି।

ଏସଡିଆରଏଫର ଡିଆଇଜି ରିଦ୍ଧିମା ଅଗ୍ରୱାଲ୍ କହିଛନ୍ତି, ଏପର୍ଯ୍ୟନ୍ତ ୧୫୦ ଲୋକଙ୍କର ନିଖୋଜ ହୋଇଥିବା ଖବର ଆସିଛି। ପାଣିର ପ୍ରବାହ ଏବେ ସାମାନ୍ୟ ରହିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ସେଠାକାର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି। ସେଠାକାର ପ୍ରତିଟି ପରିସ୍ଥିତିରେ ତୀକ୍ଷ୍ଣ ନଜର ରଖାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥଳ ଓ ବାୟୁ ସେନାକୁ ଆଲର୍ଟରେ ରଖାଯାଇଛି। ଗତକାଲି ଚମୋଲି ଜୋଶୀମଠ ନିକଟରେ ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦ ଏବଂ ଧଉଳି ଗଙ୍ଗା ନଦୀରେ ବନ୍ୟା ସ୍ଥିତିି ସୃଷ୍ଟି ହୋଇଥିଲା। ଯୋଶୀମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇ ହୋଇଯାଇଛି।  ଏହି ଅଘଟଣରେ ତପୋବନରେ ଥିବା ଋଷିିଗଙ୍ଗା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଉତ୍ତରାଖଣ୍ଡରେ ପ୍ରକୃତିର ଏହି ତାଣ୍ଡବ ପରେ ପିଏମ୍ ମୋଦି ମଧ୍ୟ ସମୀକ୍ଷା କରିଛନ୍ତି ଏବଂ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପିଏମ୍ ମୋଦି ଯଥାସମ୍ଭବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

The post ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୧୭୦ଙ୍କ ପତ୍ତା ମିଳୁନି appeared first on Odisha Reporter.



from Odisha Reporter https://ift.tt/3pVnQh8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages