ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ପଡ଼ିଲା ରକ୍ତ ଛିଟା। ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଘଟିଛି ଏମିତି ଏକ ଘଟଣା।
ଏହି ଘଟଣାରେ ଯାତ୍ରୀ ସହାୟକ ଆହତ ହୋଇଛି। ତାଙ୍କ ନାଁ ଦାମୋଦର ଗୋଚ୍ଛିକାର। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।
ସୂଚନା ଅନୁଯାୟୀ, ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ରାମକୃଷ୍ଣ କୁଡ଼ୁଆରେ ଦାମୋଦରଙ୍କ ମୁଣ୍ଡକୁ ଛେଚି ଦେଇଥିଲେ।
ଏ ଘଟଣା ନେଇ ସିଂହଦ୍ୱାରା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହି ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅଧିକ ପଢନ୍ତୁ >> ସରସ୍ୱତୀଙ୍କୁ କାହିଁକି ବିବାହ କରିଥିଲେ ବ୍ରହ୍ମା
The post ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ପଡ଼ିଲା ରକ୍ତଛିଟା appeared first on Odisha Reporter.
from Odisha Reporter https://ift.tt/3rRLtaY
No comments:
Post a Comment