ପେଟ୍ରୋଲ ପକାଇ ଟଙ୍କା ଲୁଟୁଥିଲେ, ଧରା ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 12, 2021

ପେଟ୍ରୋଲ ପକାଇ ଟଙ୍କା ଲୁଟୁଥିଲେ, ଧରା ପଡ଼ିଗଲେ

ଯାଜପୁର( ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରେ ତେଲ ପକାଇଲେ। ଏହାପରେ ଟଙ୍କା ନ ଦେଇ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଉଦ୍ୟମ କଲେ। ଶେଷରେ ପୁଲିସ୍‌ ପହଞ୍ଚି କାବୁ କରି ୨ ଜଣଙ୍କୁ ଥାନାକୁ ନେଲା। ଏପରି ଘଟଣା ଗତ ରାତିରେ ଯାଜପୁର ଜିଲ୍ଲା ବରୀ ଥାନା ପେଟ୍ରୋଲ ପମ୍ପରେ  ଘଟିଛି।

ଶୁକ୍ରବାର ରାତି ପ୍ରାୟ ୧୦ଟାରେ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ବରୀ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଏହାପରେ ଟଙ୍କା ନ ଦେଇ  ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ ଉଦ୍ୟମ କରିଥିଲେ । କର୍ମଚାରୀ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରିଥିଲେ ୨ ଦୁର୍ବୃତ୍ତ ।   ଖବର ପାଇ ପୁଲିସ୍‌ ପେଟ୍ରୋଲ ପମ୍ପରେ ପହଞ୍ଚି ୨ ଜଣଙ୍କୁ  କାବୁ କରିବା ସହ ସେମାନଙ୍କ ବାଇକ୍‌ ଜବତ କରିଛି।  ଲୁଟେରାମାନେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳର ବୋଲି ଜଣାପଡିଛି ।

The post ପେଟ୍ରୋଲ ପକାଇ ଟଙ୍କା ଲୁଟୁଥିଲେ, ଧରା ପଡ଼ିଗଲେ appeared first on Odisha Reporter.



from Odisha Reporter https://ift.tt/3acJpEt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages