ଭାରତର ୩ ଖେଳାଳି ଆଉଟ୍‌, ଦୁଇ ଜଣ ଖାତା ଖୋଲି ପାରିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 12, 2021

ଭାରତର ୩ ଖେଳାଳି ଆଉଟ୍‌, ଦୁଇ ଜଣ ଖାତା ଖୋଲି ପାରିଲେନି

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠୁ ଦ୍ୱିତୀୟ ଟେଷ୍ଟ୍ ଆରମ୍ଭ ହୋଇଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। କିନ୍ତୁ ଦଳ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସାରିଛି। ଶୁବମନ ଗିଲ୍, ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଆଉଟ୍ ହୋଇ ସାରିଛନ୍ତି। ଗିଲ୍ ଓ କୋହଲି ଆଜି ଖାତା ଖୋଲି ପାରି ନଥିଲେ।

ଦ୍ୱିତୀୟ ଓଭରର ତୃତୀୟ ବଲ୍‌ରେ ଆଉଟ୍ ହୋଇଥିଲେ ଗିଲ୍‌। ଓଲି ଷ୍ଟୋନ୍‌ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ଏହା ପରେ କ୍ରିଜ୍‌କୁ ଆସିଥିଲେ ଚେତେଶ୍ୱର ପୂଜାରା। ତେବେ ସେ ବି ତିଷ୍ଠି ପାରି ନଥିଲେ। ୨୦.୨ ଓଭରରେ ସେ ଆଉଟ୍ ହୋଇଯାଇଥିଲେ।

ପୂଜାରା ୫୮ଟି ବଲ୍‌ ଖେଳି ୨୧ ରନ୍ କରିଥିଲେ। ତା’ମଧ୍ୟରେ ଥିଲା ୨ଟି ଚୌକା। ଜ୍ୟାକ୍ ଲିଚ୍‌ଙ୍କ ବଲ୍‌ରେ ବେନ୍ ଷ୍ଟୋକ୍ସଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ପୂଜାରା ଆଉଟ୍ ହେବା ପରେ ଅଧିନାୟକ ବିରାଟ କୋହଲି ଆସିଥିଲେ। କିନ୍ତୁ ସେ ମାତ୍ର ୫ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ୫ମ ବଲ୍‌ରେ ସେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରି ଯାଇଥିଲେ। ମୋଇନ ଅଲି ତାଙ୍କୁ ବୋଲ୍ଡ କରି ଦେଇଥିଲେ। ୨୧.୨ ଓଭରରେ ସେ ଆଉଟ୍ ହୋଇଥିଲେ।

ଖବର ଲେଖାଯିବା ବେଳକୁ ଲଞ୍ଚ୍ ବ୍ରେକ୍ ହୋଇଛି। ଦଳ ୨୬ ଓଭରରେ ୩ଟି ୱିକେଟ୍ ହରାଇ ୧୦୬ ରନ୍ କରିଛି। ରୋହିତ ଶର୍ମା ଓ ଆଜିଙ୍କ୍ୟ ରାହାଣେ କ୍ରିଜ୍‌ରେ ଅଛନ୍ତି।

ରୋହିତ ଶର୍ମା ଆଜି ଭଲ ଖେଳୁଛନ୍ତି। ସେ ଆକ୍ରମଣାତ୍ମକ ଶୈଳୀରେ ଖେଳୁଛନ୍ତି। ୭୮ ବଲ୍‌ରୁ ୧୩ ଚୌକା ଓ ଗୋଟିଏ ଛକା ସହାୟତାରେ ସେ ୮୦ ରନ୍ କରିଛନ୍ତି। ଅନ୍ୟପକ୍ଷରେ ରାହାଣେ ୫ ରନ୍ କରିଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ଓଲି ଷ୍ଟୋନ୍, ଜ୍ୟାକ୍ ଲିଚ୍ ଓ ମୋଇନ ଅଲିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।

ସୂଚନାଯୋଗ୍ୟ, ଚାରି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ ୨୨୭ ରନ୍‌ରେ ପରାସ୍ତ ହୋଇଥିଲା। ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସ୍‌ରେ ୩୩୭ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ସେହିପରି ଦ୍ୱିତୀୟ ଇନିଂସ୍‌ରେ ଇଂଲଣ୍ଡ ୧୭୮ ରନ୍ କରିଥିଲା। ତେବେ ୪୨୦ ରନ୍‌ର ପିଛା କରି ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର ୧୯୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

The post ଭାରତର ୩ ଖେଳାଳି ଆଉଟ୍‌, ଦୁଇ ଜଣ ଖାତା ଖୋଲି ପାରିଲେନି appeared first on Odisha Reporter.



from Odisha Reporter https://ift.tt/2OqTCok

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages