ମୃତ୍ୟୁର ଟନେଲରୁ ଜୀବନର ଆଲୋକ ଦେଖାଇଲା କ୍ଷଣିକ ସିଗ୍‌ନାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

ମୃତ୍ୟୁର ଟନେଲରୁ ଜୀବନର ଆଲୋକ ଦେଖାଇଲା କ୍ଷଣିକ ସିଗ୍‌ନାଲ

ମୃତ୍ୟୁ ସହ ସାମ୍ନା ସାମ୍ନି ହୋଇ ସାରିଥିଲା। ଦେବଦୂତ ସାଜି କିଏ ଆସିବ ଓ ସେ ବଞ୍ଚିଯିବେ ଆଶା କ୍ଷୀଣ ଥିଲା । ବିପତ୍ତି ବେଳେ କିନ୍ତୁ ସାହା ହେଲା ମୋବାଇଲ। ସିଗନାଲ ମିଳିଲା, ଆଉ ଭଗବାନଙ୍କ ରୂପରେ ଆସି ଉଦ୍ଧାର କରିନେଲେ ଆଇଟିବିପି ଯବାନ । ଏପରି ଛାତିଥରା ଅନଭୂତି  ବଖାଣିଛନ୍ତି  ଜଣେ ଉଦ୍ଧାର ଶ୍ରମିକ ।

ଚମୋଲି: “ଉତ୍ତରାଖଣ୍ଡ ତପୋବନ ଅଞ୍ଚଳର ଏକ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୩୦୦ ମିଟର ଭିତରେ ଚାଲିଥିଲା କାମ। ହଠାତ୍‌ ରାକ୍ଷସ ଭଳି ମାଡ଼ି ଆସିଲା ପାଣି ଓ ପଙ୍କ କାଦୁଅର ପ୍ରଖର ସ୍ରୋତ। କିଛି ବୁଝିବା ଆଗରୁ ଆଖି ଆଗରେ ଛିଡ଼ା ହୋଇଥିଲା ମୃତ୍ୟୁ। ଦୀର୍ଘ ୭ ଘଣ୍ଟା ଧରି ମୃତ୍ୟୁ ସହ ଛକାପଞ୍ଝା ଖେଳିବା ଭିତରେ ପୁଣି ଥରେ ବାହାର ଆଲୋକ ଦେଖିବା ଆଶା ହଜି ଯାଇଥିଲା। କିନ୍ତୁ ଜୀବନ ବଞ୍ଚାଇ ଦେଲା କ୍ଷଣିକର ମୋବାଇଲ ସିଗନାଲ। ଦେବଦୂତ ସାଜି ମୃତ୍ୟୁ ପଞ୍ଝାରୁ ଝାମ୍ପି  ଉଦ୍ଧାର କରିନେଲେ ଆଇଟିବିପି ଯବାନ ।” ଏପରି ଭାବେ ନିଜ ଛାତିଥରା ଅନୁଭୂତି ବଖାଣିଛନ୍ତି ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତି ତାଣ୍ଡବ କବଳରୁ ଉଦ୍ଧାର ହୋଇଥିବା ଶ୍ରମିକ ଲାଲ୍ ବାହାଦୁର ।

ଉତ୍ତରାଖଣ୍ଡରେ ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

କେବଳ ଲାଲ୍ ବାହାଦୁର ନୁହନ୍ତି, କ୍ଷଣିକର ସିଗନାଲ ପାଇଁ ତାଙ୍କର ୧୧ ସହଯୋଗୀ ମଧ୍ୟ ଏହି ତାଣ୍ଡବରୁ  ରକ୍ଷା ପାଇପାରିଛନ୍ତି।  ଉଦ୍ଧାର ଅପେକ୍ଷାରେ ମୃତ୍ୟୁ ସହ ଯୁଝିଥିଲେ ଦୀର୍ଘ ୭ ଘଣ୍ଟା । ତା ପରେ ଯାଇ ମାରିଥିଲେ ଆଶ୍ୱସ୍ତିର ନିଶ୍ୱାସ ।

ମୃତ୍ୟୁ କବଳରୁ ଖସି ଆସି ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲାଲ୍ ବାହାଦୁର କହିଛନ୍ତି, ତପୋବନ ଅଞ୍ଚଳରେ ଏକ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୩୦୦ ମିଟର ଭିତରେ କାମ ଚାଲିଥିଲା। ଦିନ ପ୍ରାୟ ୧୦ଟା ବେଳେ ହଠାତ୍ ବାହାରୁ ଲୋକେ ଚିତ୍କାର କରୁଥିବା ଶୁଣିବାକୁ ମିଳିଲା । ଲୋକମାନେ ‘ଟନେଲ୍‌ରୁ  ବାହାରି ଆସିବାକୁ ଚିତ୍କାର କରୁଥିଲେ । ହେଲେ କେହି କିଛି ବୁଝିବା ଆଗରୁ ରାକ୍ଷସ ଭଳି ମାଡ଼ି ଆସିଲା ପାଣି ଓ ପଙ୍କ କାଦୁଅର ପ୍ରଖର ସ୍ରୋତ। କିଛି କରିବାର ସମୟ ନଥିଲା, କି ଉପାୟ ବି ନଥିଲା । ଆଖି ଆଗରେ ସମସ୍ତେ ପଙ୍କ କାଦୁଅରେ ପୋତି ହୋଇଯାଉଥିଲେ ।”

ହିମସ୍ଖଳନ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ।

ଟନେଲ୍ ଭିତରେ ପ୍ରାୟତଃ ମୋବାଇଲ ସିଗନାଲ ମଧ୍ୟ ଆସେନି । ତେଣୁ  ସେଠାରେ ଫସି ରହିଛୁ  ବୋଲି ବାହାରକୁ ଜଣାଇବାର ଉପାୟ ନଥିଲା। ତେଣୁ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନେଇଥିବା କହିଲେ ଲାଲ ବାହାଦୁର।

ଏଥିସହ କହିଲେ, ମୃତ୍ୟୁ ସୁନିଶ୍ଚିତ ଜାଣି ବି ବଞ୍ଚିବା ଆଶା ଛାଡ଼ି ନ ଥିଲୁ। ଯେତେବେଳେ ପାଣି ସ୍ଥିର ହେଲା ଓ  ଟିକିଏ ଫାଙ୍କା ସ୍ଥାନ ପାଇଲୁ   ନିଜ ମୋବାଇଲ୍‌ରେ ଅଳ୍ପ ଟିକେ ସିଗ୍‌ନାଲ ଆସୁଥିବା ଦେଖିଲି  କାଳ ବିଳମ୍ବ ନକରି ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଫୋନ୍ ଲଗାଇ ନିଜ ସ୍ଥିତି ବିଷୟରେ ଜଣାଇଲୁ । ଏହା ମଧ୍ୟରେ ଦିନ ୧୦ଟାରୁ ସନ୍ଧ୍ୟା ୫ଟା  ହୋଇଗଲା।”  ବଞ୍ଚିବୁ ନା ମରିବୁର ଲୁଚକାଳି ଭିତରେ ଧିରେ ଧିରେ ବଞ୍ଚିବା ଆଶା ଛାଡ଼ି ସାରିଥିଲୁ।  ହେଲେ ହଠାତ୍ ଦେବଦୂତ ଭଳି ଦେଖାଦେଲେ ଆଇଟିବିପିର ଯବାନ । ଆଉ ମୃତ୍ୟୁର ଟନେଲ୍ ଭିତରୁ ଟାଣି  ଆଣିଲେ ଜୀବନ ଆଡ଼କୁ ।”

ଟନେଲ ଭିତରେ ଚାଲିଛି ଉଦ୍ଧାର କାର୍ଯ୍ୟ।

ପ୍ରଳୟରେ ସାହା ହେଲା ମୋବାଇଲ୍ । ଜୀବନ ବଞ୍ଚାଇ ଦେଲା କ୍ଷଣିକର ସିଗନାଲ । ଉଦ୍ଧାର ଅପେକ୍ଷାରେ ମୃତ୍ୟୁ ସହ ଯୁଝିଥିଲେ  ଦୀର୍ଘ ୭ ଘଣ୍ଟା । ତା ପରେ ଯାଇ ମାରିଥିଲେ ଆଶ୍ୱସ୍ତିର ନିଶ୍ୱାସ । ମୋବାଇଲ୍ ଦ୍ୱାରା କିଭଳି କେବଳ ତାଙ୍କ ନିଜ ଜୀବନ ନୁହେଁ, ବରଂ ଆଉ ୧୧ଜଣ ସହକର୍ମୀ ବି ରକ୍ଷା ପାଇଯାଇଛନ୍ତି।

The post ମୃତ୍ୟୁର ଟନେଲରୁ ଜୀବନର ଆଲୋକ ଦେଖାଇଲା କ୍ଷଣିକ ସିଗ୍‌ନାଲ appeared first on Odisha Reporter.



from Odisha Reporter https://ift.tt/3tzbs8K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages