୬ ଦିନ ପରେ ବି ମିଳୁନି ମୃତ ମହିଳାଙ୍କ ପରିଚୟ, ପୁଲିସ୍‌ ନେଲା ଏପରି ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 8, 2021

୬ ଦିନ ପରେ ବି ମିଳୁନି ମୃତ ମହିଳାଙ୍କ ପରିଚୟ, ପୁଲିସ୍‌ ନେଲା ଏପରି ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଭରତପୁର-ଚନ୍ଦକା ରାସ୍ତାର ଦାସପୁର ନିକଟରୁ ଗତ ଗୁରୁବାର ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏଯାଏ ତାଙ୍କ ପରିଚୟ ମିଳି ପାରିନି । ପୁଲିସ୍‌ର ବହୁ ତନାଘନା ପରେ ମଧ୍ୟ ମୃତକ ଜଣକ କିଏ, ତାଙ୍କ ପରିଚୟ କଣ, ଠିକଣା କ’ଣ କିଛି ବି ଜଣାପଡ଼ି ନାହିଁ । ଏଯାଏ କେହି ଦାବିଦାର ବି ଆସିନାହାନ୍ତି । ମୃତକ ଜଣକ ତାଙ୍କ ସଂପର୍କୀୟ ବୋଲି କେହି ବି ସାମ୍ନାକୁ ଆସି ନାହାନ୍ତି । ତେଣୁ DNA ଫିଙ୍ଗର ପ୍ରିଣ୍ଟ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛି କମିଶନରେଟ ପୁଲିସ୍‌।

ମୃତ ମହିଳାଙ୍କ DNA ଫିଙ୍ଗର ପ୍ରିଣ୍ଟ ସଂରକ୍ଷିତ ରଖିବାକୁ କୋର୍ଟଙ୍କ ଅନୁମତି ମାଗିଛି ପୁଲିସ୍‌ । ପରେ ଯଦି କିଏ ଦାବିଦାର ଆସନ୍ତି, ତେବେ DNA ମେଳ କରାଯିବ । ପରିଚୟ ଖୋଜିବାରେ ସଫଳ ନ ହେବାରୁ କିଛି ଦିନ ତଳେ ପୁଲିସ୍‌ ପୋଷ୍ଟର ମଧ୍ୟ ଜାରି କରିଥିଲା  ।

ସୂଚନାଯୋଗ୍ୟ, ଗତ ୪ ତାରିଖ ସକାଳ ୮ଟାବେଳେ ଦାସପୁର ରାସ୍ତା ଜଙ୍ଗଲ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ନିକଟରୁ ମିଳିଥିଲା ମଦ ବୋତଲ, ଲୁଗା, ଗ୍ଲୋବସ୍ ଓ ଛୁରୀ । ଘଟଣାର ୬ ଦିନ ବିତିବାକୁ ବସିଥିବା ବେଳେ ଏ ଯାଏ ତାଙ୍କ ପରିଚୟ ମିଳିପାରି ନାହିଁ। ଏପରିକି ସମ୍ପୃକ୍ତ ମହିଳାଙ୍କ ମୁଣ୍ଡ ମଧ୍ୟ ପାଉନି କମିଶନରେଟ୍‌ ପୁଲିସ ।

ପରିଚୟ ପାଇବା ପାଇଁ ମହିଳାଙ୍କ ପୋଷ୍ଟର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମାରିଲା ପୁଲିସ। ମୃତ ମହିଳାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୨ଟି ଫୋନ୍‌ ନମ୍ୱର ଜାରି କଲା ପୁଲିସ। 8280338323 ଓ 8280338296 ନମ୍ବରରେ ସୂଚନା ଦେଇପାରିବେ ବୋଲି ମଧ୍ୟ ପୁଲିସ କହିଲା। ଏହାସତ୍ତ୍ୱେ ମାମଲାର ଅଗ୍ରଗତି ହୋଇପାରିନି।

ସେପଟେ ମୃତ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ସମ୍ପୃକ୍ତ ମହିଳାଙ୍କୁ ପ୍ରଥମେ ତଣ୍ଟିଚିପି ହତ୍ୟା କରାଯାଇଥିଲା। ପରେ ତାଙ୍କ ମୁଣ୍ଡ କଟା ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି।

ଏପରି ବିଭତ୍ସ ହତ୍ୟାକାଣ୍ଡର ହତ୍ୟାକରୀକୁ ଖୋଜି ପାଇବାକୁ ୫ ଜଣିଆ ଟିମ୍‌ ଗଠନ କରିଛି ପୁଲିସ୍‌। ଏପରିକି ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରକୁ ମଧ୍ୟ ସୂଚନା ଦେଇଛି କମିଶନରେଟ ପୁଲିସ। ହେଲେ ଏ ପର୍ଯ୍ୟନ୍ତ କୌଣସି ସୂଚନା ପୁଲିସ ପାଇନାହିଁ। ସବୁଆଡ଼ୁ ନିରାଶ ହେବା ପରେ ପୁଲିସ ମହିଳାଙ୍କ ପୋଷ୍ଟର ମଧ୍ୟ ବିଭିନ୍ନ ଜାଗାରେ ମାରିବା ସହ DNA ଫିଙ୍ଗର ପ୍ରିଣ୍ଟ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛି ।

The post ୬ ଦିନ ପରେ ବି ମିଳୁନି ମୃତ ମହିଳାଙ୍କ ପରିଚୟ, ପୁଲିସ୍‌ ନେଲା ଏପରି ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3aFKQdu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages