ଆଜିଠୁ ହେଲା ସକାଳୁଆ ସ୍କୁଲ, ଭିସୁଟ୍‌ରେ ଅଫଲାଇନ୍ ପରୀକ୍ଷା ସ୍ଥଗିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

ଆଜିଠୁ ହେଲା ସକାଳୁଆ ସ୍କୁଲ, ଭିସୁଟ୍‌ରେ ଅଫଲାଇନ୍ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ ।  ସକାଳ ୭ରୁ ଦିନ ଗୋଟାଏ ଯାଏଁ ଖୋଲିବ ସ୍କୁଲ । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ହେବ । ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ହେବ ।

ସ୍କୁଲରେ ପ୍ରବେଶ ପୂର୍ବରୁ ପିଲାଙ୍କ ଶରୀରର ତାପମାତ୍ରା ମାପ କରାଯାଉଛି।

ସ୍କୁଲ ଗୁଡିକରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅସହ୍ୟ ତାତି ହେଉଥିବାରୁ ପାନୀୟ ଜଳ, ORS ମହଜୁଦ୍ ରଖିବାକୁ କୁହାଯାଇଛି ।

ଅପରପକ୍ଷେ ପୁଣି ଥରେ କରୋନା କାୟା ବିସ୍ତାର କରୁଥିବାରୁ ବୁର୍ଲା ସ୍ଥିତ ଭିସୁଟ୍‌ରେ ଆଜି ହେବାକୁ ଥିବା ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏନେଇ ନୋଟିସ ଜାରି କରିଛନ୍ତି ଭିସୁଟ୍ କୁଳପତି।

ଅଚାନକ୍ ସଂକ୍ରମଣ ବୃଦ୍ଧି ପରେ, ବିଶ୍ୱବିଦ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏଥିସହ ଭିସୁଟ୍ ଅଞ୍ଚଳକୁ ଶଟଡାଉନ ଘୋଷଣା କରାଯାଇଛି । ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଏବଂ ପୁଲହ ହଷ୍ଟେଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

The post ଆଜିଠୁ ହେଲା ସକାଳୁଆ ସ୍କୁଲ, ଭିସୁଟ୍‌ରେ ଅଫଲାଇନ୍ ପରୀକ୍ଷା ସ୍ଥଗିତ appeared first on Odisha Reporter.



from Odisha Reporter https://ift.tt/3uJqyJE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages