ମାର୍ଚ୍ଚ ୩୧ ଯାଏ ବଢ଼ିଲା ଲକଡାଉନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

ମାର୍ଚ୍ଚ ୩୧ ଯାଏ ବଢ଼ିଲା ଲକଡାଉନ୍

ଚେନ୍ନାଇ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ତାମିଲନାଡୁରେ ଲକଡାଉନ୍ ହୋଇଛି। ତାମିଲନାଡୁ ସରକାର ମାର୍ଚ୍ଚ ୩୧ ଯାଏ ଲକଡାଉନ୍ ବଢ଼ାଇଛନ୍ତି। ଏଥିସହ କୋଭିଡକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି।

ତାମିଲନାଡୁରେ ଆସନ୍ତା ଏପ୍ରିଲ ୬ରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଗତ ରବିବାର ରାଜ୍ୟରେ କୋଭିଡ ରିପୋର୍ଟ ଆସିଛି। ଯେଉଁଥିରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୭୯ ଜଣ କୋଭିଡରେ ଆକ୍ରାନ୍ତ ଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ସରକାର ଲକଡାଉନ୍ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଲକଡାଉନ୍ ସମୟରେ ବିଭିନ୍ନ କାର୍ଯ୍ୟାଳୟ, ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚାଲି ପାରିବ। ଏଥିସହ ସମସ୍ତ ଲୋକ ଯେଭଳି ମାସ୍କ, ସାମାଜିକ ଦୂରତା ଓ ପରିସ୍କାର ପରିଚ୍ଚନ୍ନ ରହିବେ ସେ ନେଇ ସୁନିଶ୍ଚିତ କରାଇବାକୁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ରାଜ୍ୟରେ ଏବେ ମୋଟ୍ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୮.୫୧ ଲକ୍ଷ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨,୪୯୬ ରହିଛି।

ସୂଚନାଯୋଗ୍ୟ, କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ଅବଲମ୍ବନ କରିବା ନିମନ୍ତେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ନିୟମାବଳୀକୁ ୩୧.୦୩.୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରଖିବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) ଫେବୃଆରୀ ୨୬ରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ସକ୍ରିୟ ଏବଂ ନୂଆ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଭାବେ ହ୍ରାସ ପାଇଥିବାବେଳେ ମହାମାରୀକୁ ସମ୍ପୂର୍ଣ୍ଣରୂପେ ଦୂର କରିବା ପାଇଁ ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ବଳବତ୍ତର ରଖିବା ଆବଶ୍ୟକ ବୋଲି ଗୃହ ମନ୍ତ୍ରାଳୟ କହିଛି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସେମାନଙ୍କ ଲୋକସଂଖ୍ୟା ଦୃଷ୍ଟିରୁ ଲକ୍ଷ୍ୟ ରଖାଯାଇଥିବା ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ଵାରା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ସହିତ ମହାମାରୀ ସଙ୍କଟକୁ ଦୂର କରିହେବ।

ତଦନୁସାରେ, ଅବରୋଧ କ୍ଷେତ୍ରଗୁଡିକୁ ସାବଧାନତାର ସହିତ ଚିହ୍ନଟ କରିହେବ । ଏହି କ୍ଷେତ୍ରଗୁଡ଼ିକରେ ନିର୍ଦ୍ଦିଷ୍ଟ ଅବରୋଧ ପଦକ୍ଷେପଗୁଡିକୁ କଠୋର ଭାବରେ ପାଳନ କରାଯାଇପାରିବ । ଫଳରେ କୋଭିଡ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ଓ ବିଭିନ୍ନ ଅନୁମତିପ୍ରାପ୍ତ କାର୍ଯ୍ୟକଳାପଗୁଡିକ ଉପରେ ଥିବା ନିର୍ଦ୍ଦିଷ୍ଟ ମାନକ ସଂଚାଳନ ପଦ୍ଧତି (ଏସଓପି)କୁ କଠୋର ଭାବରେ ଅନୁସରଣ କରାଯାଇପାରିବ।

The post ମାର୍ଚ୍ଚ ୩୧ ଯାଏ ବଢ଼ିଲା ଲକଡାଉନ୍ appeared first on Odisha Reporter.



from Odisha Reporter https://ift.tt/3sALZuf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages