୩ ଦିନର ବିରାମ ପରେ ବଢ଼ିଲା ତୈଳ ଦର, ଭୁବନେଶ୍ୱରେ ପେଟ୍ରୋଲ ୯୩ ଛୁଇଁବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

୩ ଦିନର ବିରାମ ପରେ ବଢ଼ିଲା ତୈଳ ଦର, ଭୁବନେଶ୍ୱରେ ପେଟ୍ରୋଲ ୯୩ ଛୁଇଁବ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ୩ ଦିନ କାଳ ତୈଳ ଦର ସ୍ଥିର ଥିବା ବେଳେ ଆଜି ପୁଣି ମହଙ୍ଗା ମାଡ଼ ହୋଇଛି। ଗୁଡ୍‌ ରିଟର୍ଣ୍ଣସର ୱେବ ସାଇଟ୍‌ ଅନୁଯାୟୀ, ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ଦର ୨୪ ପଇସା ଓ ଡିଜେଲର ଲିଟର ପିଛା ଦର ୧୫ ପଇସା ବୃଦ୍ଧି ଘଟିଛି। ନୂଆ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୯୧.୧୭ ଟଙ୍କା ଓ ଡିଜେଲ ଦର ୮୧.୪୭ ଟଙ୍କାରେ ପହଞ୍ଚି ଯାଇଛି।

ସେହିପରି ବିଭିନ୍ନ ରାଜ୍ୟରେ ସରକାରମାନେ ତୈଳ ଦର ଉପରେ ଲଗାଉ ଥିବା ଭ୍ୟାଟ୍‌କୁ ବିଚାରକୁ ନେଲେ ପେଟ୍ରୋଲ ଓ ଡିଜେଲ ଦର ୬୦ରୁ ୭୦ ପଇସା ବୃଦ୍ଧି ଘଟିଛି। କିଛି ଦିନ ତଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୬୦ ଡଲାର ରହିଥିଲା। ହେଲେ ଆଜି ଏହା ୬୬ ଡଲାରରେ ପହଞ୍ଚି ଯାଇଛି। ଏହା ସହ ସୀମା ଶୁଳ୍କ, ବିଶୋଧନ ଚାର୍ଜ ଓ ରାଜ୍ୟମାନେ ଲଗାଉଥିବା ଭ୍ୟାଟକୁ ମିଶାଇଲେ, ତୈଳ ଦର ୯୦ ଟଙ୍କା ପାର୍‌ କରି ଯାଉଛି। କିଛି ସହରରେ ଏବେ ଠାରୁ ହିଁ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ପାର୍‌ କରି ସାରିଲାଣି।

ଅନ୍ୟପକ୍ଷରେ ଗୁଡ୍‌ ରିଟର୍ଣ୍ଣସର ୱେବ ସାଇଟ୍‌ ଅନୁଯାୟୀ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୯୩ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୦ ଟଙ୍କା ଛୁଇଁବାକୁ ବସିଲାଣି। ଆଜି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୭୪ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ଦର ୯୨.୩୬ ଟଙ୍କାରେ ପହଞ୍ଚି ଯାଇଛି। ଗତକାଲି ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦର ୯୧.୬୨ ଟଙ୍କା ରହିଥିଲା।

ସେହିପରି ଆଜି ରାଜଧାନୀରେ ଡିଜେଲର ଲିଟର ପିଛା ଦର ୬୫ ପଇସା ବୃଦ୍ଧି ପାଇଛି। ନୂଆ ଦର ପରେ ଭୁବନେଶ୍ୱରରେ ଡିଜେଲ ଦର ୮୯.୨୩ ଟଙ୍କା ଛୁଇଁଛି। ଗତକାଲି ଏଠାରେ ଡିଜେଲର ଲିଟର ପିଛା ଦର ୮୮.୫୮ ଟଙ୍କା ରହିଥିଲା।

The post ୩ ଦିନର ବିରାମ ପରେ ବଢ଼ିଲା ତୈଳ ଦର, ଭୁବନେଶ୍ୱରେ ପେଟ୍ରୋଲ ୯୩ ଛୁଇଁବ appeared first on Odisha Reporter.



from Odisha Reporter https://ift.tt/3sutBDq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages