ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଓ ସଙ୍ଗଠନର ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ଜୀଇଁବାର ରାହା ଦେଖାଇଛି ଛତିଶଗଡ଼ ପୁଲିସ । ଯେଉଁ ହାତରେ ବନ୍ଧୁକ ଥିଲା ସେଇ ହାତରେ ଗୋଲାପ ଫୁଲ ଧରାଇ ବୈବାହିକ ବନ୍ଧନରେ ବାନ୍ଧିଛି ଛତିଶଗଡ଼ ପୁଲିସ । ସେ ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୫ ଯୋଡିକୁ ହାତରୁ ଦି’ହାତ କରିଛି। ଭଲାଣ୍ଟାଇନ ଡେରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସର ଏହା ଏକ ନିଆରା ପ୍ରୟାସ ଥିଲା। ବିବାହ ବେଳେ ଆଦିବାସି ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା।ପାରମ୍ପରିକ ବାଜାରେ ଦୁଲୁକି ଉଠିଥିଲା ବିବାହ ବେଦି।
ଛତିଶଗଡ଼ ଆଦିବାସୀ ସଂସ୍କୃତି ଏବଂ ପରମ୍ପରାକୁ ସମ୍ମାନ ଦେଇ ଏହି ବିବାହ ସମ୍ପର୍ଣ୍ଣ କରାଯାଇଥିଲା। ମାଓ ସଙ୍ଗଠନରେ ଭଲ ପାଇ ବିବାହ କରିବା ସମ୍ପୂର୍ଣ୍ଣ ମନା। ତେଣୁ ପୁରୁଷ ହେଉ କି ମହିଳା ନକ୍ସଲକୁ କଡ଼ା କଟକଣାରେ ରଖିଥାନ୍ତି ମାଓ ସଙ୍ଗଠନ । ତେବେ ମୁଖ୍ୟ ସ୍ରୋତରେ ଫେରିଥିବା ମାଓବାଦୀଙ୍କ ଏହି ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ଦନ୍ତେୱାଡା ପୁଲିସ । କେତେକ ପୁଲିସ ଅଧିକାରୀ ଏବଂ କର୍ମଚାରୀ ବର କନିଆଙ୍କ ବନ୍ଧୁ ପରିଜନ ସାଜିଥିଲେ। ଦନ୍ତେୱାଡାର କାରଲୀ ଠାରେ ବିବାହ ମଣ୍ଡପ ସୁସଜ୍ଜିତ ହୋଇ ବିବାହ ସମ୍ପର୍ଣ୍ଣ କରାଯାଇଛି। ଦନ୍ତେୱାଡା ଏସପି ଅଭିଷେକଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି।
The post ଯେଉଁ ହାତରେ ବନ୍ଧୁକ ଥିଲା ଏବେ ସେଇ ହାତରେ ଗୋଲାପ appeared first on Odisha Reporter.
from Odisha Reporter https://ift.tt/37fwIqt
No comments:
Post a Comment