ଆଜିଠୁ ଚେନ୍ନାଇ ଟେଷ୍ଟ, ଟସ୍ ଜିତିଲା ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ଆଜିଠୁ ଚେନ୍ନାଇ ଟେଷ୍ଟ, ଟସ୍ ଜିତିଲା ଇଂଲଣ୍ଡ

ଚେନ୍ନାଇ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ଆଜି ଠାରୁ ନିଜ ମାଟିରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଖେଳା ଯିବାକୁ ଥିବା ବେଳେ ଏଥିରେ ଟସ୍ ଜିତିଛି ଇଂଲଣ୍ଡ। ଟସ୍ ଜିତି ଭ୍ରମଣକାରୀ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

କରୋନା ମହାମାରୀ ପରେ ପ୍ରାୟ ବର୍ଷକ ବ୍ୟବଧାନ ଅର୍ଥାତ୍ ୩୩୦ ଦିନ ପରେ ଭାରତକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଛି। ସେହିପରି ପିତୃତ୍ୱ ଅବକାଶ ପରେ ଟିମକୁ କମବ୍ୟାକ୍ କରିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି।

ଏହି ଟେଷ୍ଟରେ ଭାରତ ପକ୍ଷରୁ ଚୂଡ଼ାନ୍ତ ଏକାଦଶରେ ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା ଓ ଏସ୍‌ ନଦୀମ ସ୍ଥାନ ପାଇଛନ୍ତି।

ଏହି ଟେଷ୍ଟ୍ ସିରିଜ୍ ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ବେଶ ଗୁରୁତ୍ତ୍ୱପୂର୍ଣ୍ଣ। କାରଣ ଚାରିମ୍ୟାଚ୍ ବିଶିଷ୍ଟ ସିରିଜ୍ ଜିତି ଉଭୟ ଦଳ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଟିକେଟ୍‌ ବୁକ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତକୁ ଅତିକମରେ ୨-୦ କିମ୍ବା ୨-୧ରେ ଏହି ସିରିଜ୍ ଜିତିବାକୁ ପଡ଼ିବ।


ଅଷ୍ଟ୍ରେଲିଆ ଗସ୍ତରେ ଚାରିମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ତିନୋଟି ମ୍ୟାଚରେ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଟିମରେ ନେତୃତ୍ୱ ନେଇଥିଲେ। କୋହଲିଙ୍କ ଅନୁପସ୍ଥିତି ଏବଂ ଅଧିକାଂଶ ସିନିୟର ଖେଳାଳିଙ୍କ ଆହତ ସତ୍ତ୍ୱେ ଟିମ୍ ଇଣ୍ଡିଆ ରାହାଣେଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ କଙ୍ଗାରୁଙ୍କ ମାଟିରେ ଲଗାତର ଦ୍ୱିତୀୟଥର ଟେଷ୍ଟ ସିରିଜ୍ ଜିତିଥିଲା। ଏବେ କୋହଲି ପୁଣିଥରେ ଟିମର ନେତୃତ୍ୱ ନେବେ ଏବଂ ରାହାଣେ ତାଙ୍କ ଡେପୁଟୀ ଭାବେ କାମ କରିବେ।

ଚେନ୍ନାଇର ଚିଦାମ୍ବରମ୍ ପିଚ୍ ସ୍ପିନରଙ୍କୁ ସୁହାଇପାରେ। ଇଂଲଣ୍ଡ ଶେଷଥର ପାଇଁ ୨୦୧୬ରେ ଯେତେବେଳେ ଭାରତ ଗସ୍ତରେ ଆସିଥିଲା, ସେତେବେଳେ ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୪ରେ ହାରିଯାଇଥିଲା। ତେବେ ଭ୍ରମଣକାରୀ ଟିମ୍ ନିକଟରେ ଶ୍ରୀଲଙ୍କାକୁ ତା’ ନିଜ ମାଟିରେ ୨-୦ରେ ହରାଇ ମନୋବଳକୁ ମଜଭୁତ କରିଛି।

The post ଆଜିଠୁ ଚେନ୍ନାଇ ଟେଷ୍ଟ, ଟସ୍ ଜିତିଲା ଇଂଲଣ୍ଡ appeared first on Odisha Reporter.



from Odisha Reporter https://ift.tt/2Myy4Wc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages