ଗଛରେ ପିଟିହେଲା ଇନୋଭା: ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ଗଛରେ ପିଟିହେଲା ଇନୋଭା: ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୨ ମୃତ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗଛରେ ପିଟି ହେଲା ଇନୋଭା। ଚାଲିଗଲା ୨ ଜଣଙ୍କ ଜୀବନ। ଆଉ ୨ ଜଣ ଗୁରୁତର ଅଛନ୍ତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ସାଗରପଲି ଛକରେ ଘଟିଛି ଏହି ଦୁର୍ଘଟଣା।

ଦୁଇ ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡାବୁଗାଁ ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜର। ତାଙ୍କ ନାଁ ରାକେଶ ହେମ୍ବ୍ରମ। ଅନ୍ୟ ମୃତକ ହେଉଛନ୍ତି ଦୁର୍ଘଟଣାଗ୍ରସ୍ତ ଇନୋଭାର ମାଲିକ ସତ୍ୟଜିତ ମାଦଲା। ମୃତ ସତ୍ୟଜିତଙ୍କ ବାପା ରାମେଶ୍ୱର ମାଦଲା ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ଭୀମ ହରିଜନ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।

ରାତି ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏମାନେ ସମସ୍ତେ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖ୍ୟ ଯାଉଥିଲେ। ସାଗରପାଲି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ରାକେଶ ହେମ୍ବ୍ରମ ଓ ରାମେଶ୍ୱର ମାଦଲାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଦେଓଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ରାମେଶ୍ୱର ମାଦଲା ଓ ଭୀମ ହରିଜନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲା। ତା’ସହିତ ଶବ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

The post ଗଛରେ ପିଟିହେଲା ଇନୋଭା: ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୨ ମୃତ appeared first on Odisha Reporter.



from Odisha Reporter https://ift.tt/3tteI5C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages