ମାଲକାନଗିରି (ଜିତେନ୍ଦ୍ର ବେଉରା): ଗଛରେ ପିଟି ହେଲା କାର। ଏତେ ଜୋରରେ କାର୍ଟି ଗଛରେ ପିଟି ହେଲା ଯେ ତା’ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଉ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାରେ।
ମାଥିଲି ଥାନା ଅନ୍ତର୍ଗତ ଝୁଲନିବାହାଲ ଠାରେ ଏହି ଦୁର୍ଘଟଣା ଘଟିଛି। କାରଟି ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଜଛରେ ପିଟି ହୋଇଥିଲା। ଘଟଣା ସ୍ଥଳରେ କାର ଡ୍ରାଇଭଙ୍କର ମୃତ୍ୟୁ ଘଟିଥିଲା।
ମୃତ ଡ୍ରାଇଭରଙ୍କ ନାଁ ଦୀପକ। ସେ ମାଲକାନଗିରି ସହରର ବାସିନ୍ଦା। ସେ ଜୟପୁରରୁ ମାଲକାନଗିରିକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ପୁଲିସ୍ ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଜଗତସିଂହପୁର ସହର ଉପକଣ୍ଠସ୍ଥ ଯୋଗଧାରୀ ନିକଟରେ ବସ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦେବେନ୍ଦ୍ର ବରାଳ। ତାଙ୍କ ଘର ପୁରୀ ଜିଲ୍ଲା ଅନ୍ତରଙ୍ଗ ଅଞ୍ଚଳରେ। ଯେଉଁ ବସ୍ରେ ସେ ପୂର୍ବରୁ ହେଲ୍ପର ଥିଲେ ଆଜି ସେହି ବସ୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା।
The post ଗଛରେ ପିଟି ହେଲା କାର୍ appeared first on Odisha Reporter.
from Odisha Reporter https://ift.tt/3pd1QgF
No comments:
Post a Comment