ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 12, 2021

ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ହେବେ ବିରୋଧୀ ଦଳ ନେତା । ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କଂଗ୍ରେସ ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରିଛି। ଏନେଇ ସଙ୍ଗଠନ ମହାସଚିବ ବେଣୁ ଗୋପାଳ ସୂଚନା ଦେଇଛନ୍ତି। ଏହାସହ କଂଗ୍ରେସ ରାଜ୍ୟସଭା ସଭାପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ଏନେଇ ଜଣାଇ ଦେଇଛନ୍ତି। ଗୁଲାମ ନବୀ ଆଜାଦ ଅବସର ନେବା ପରେ ଏବେ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ହେବେ ବୋଲି କଂଗ୍ରେସ କହିଛି।

ଖଡଗେ ୨୦୧୪ରୁ ୨୦୧୯ ଯାଏଁ ଲୋକସଭାରେ କଂଗ୍ରେସ ନେତା ରହିସାରିଛନ୍ତି। ବଡକଥା ହେଉଛି ଯେ, ୨୦୧୯ରେ ଖଡେଗ ଲୋକସଭା ନିର୍ବାଚନ ହାରି ଯାଇଥିଲା। ମଲ୍ଲିକାର୍ଜୁନ ଖଡଗେ  ରାହୁଲଙ୍କ ଅତି ଖାସ୍ ଅଟନ୍ତି । ୨୦୧୯ରେ ସେ ଲୋକସଭା ନିର୍ବାଚନରେ ପରାସ୍ତ ହେବା ପରେ ବି ତାଙ୍କୁ ରାଜ୍ୟସଭା ପାଇଁ ସୁଯୋଗ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ,  ରାଜ୍ୟସଭାରେ ଫେବ୍ରୁଆରୀ ୧୫ରୁ ଜମ୍ମୁ-କାଶ୍ମୀରର କୌଣସି ପ୍ରତିନିଧି ରହିବେ ନାହିଁ । ଏଠାରୁ ୪ଟି ରାଜ୍ୟସଭା ଆସନ ଥିଲା । କିନ୍ତୁ କେନ୍ଦ୍ରଶାସିତ ପ୍ରଦେଶ ହେବା ପରେ ଏଠାରେ ନିର୍ବାଚନ ହୋଇନାହିଁ । ଫଳରେ ରାଜ୍ୟସଭାରେ କୌଣସି ସଦସ୍ୟ ରହିବେ ନାହିଁ । ପିଡିପିର ୨ ସାଂସଦଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯିବ ।

The post ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା appeared first on Odisha Reporter.



from Odisha Reporter https://ift.tt/3ab7awM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages