ଚେନ୍ନାଇ: ଜବରଦସ୍ତ ବଦ୍ଲା। ଯେଉଁଠି ହାରିଥିଲେ ସେଠାରେ ହରାଇଲେ। ପୁଣି ବଡ଼ ବ୍ୟବଧାନରେ। ଆଜି ଏମିତି ସଫଳତା ମିଳିଛି ଟିମ୍ ଇଣ୍ଡିଆକୁ। ଚେପକରେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ରନ୍ରେ ହରାଇଛି ଦଳ।
୪୮୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୬୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୩ଟି ୱିକେଟ୍ ହରାଇ ୫୩ ରନ୍ କରିଥିବା ବେଳେ ଆଜି ୧୧୧ ରନ୍ କରି ବାକି ସବୁ ୱିକେଟ୍ ହରାଇ ଦେଇଥିଲ।
ଗତକାଲି ରୋରୀ ବର୍ଣ୍ଣସ୍ ୨୫ ରନ୍, ଡମ୍ ସିବ୍ଲେ ୩ ଓ ଜ୍ୟାକ୍ ଲିଚ୍ ଶୁନରେ ଆଉଟ୍ ହୋଇଥିବା ବେଳେ ଡାନ୍ ଲରେନ୍ସ ଓ ଅଧିନାୟକ ଜୋ ରୁଟ୍ ଅପରାଜିତ ରହିଥିଲେ। ହେଲେ ଗତକାଲି ୧୯ ରନ୍ କରିଥିବା ସିବ୍ଲେ ଆଜି ଆଉ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେ ଅଶ୍ୱିନ୍ଙ୍କୁ ଟାର୍ଗେଟ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେହି ଅଶ୍ୱିନଙ୍କ ବଲ୍ରେ ଋଷଭ ପନ୍ତଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ ହୋଇଥିଲେ।
ପ୍ରଥମ ଟେଷ୍ଟରେ ଏକାଧିକ ରେକର୍ଡ ନିଜ ନାଁରେ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ମଧ୍ୟ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ୯୨ଟି ବଲ୍ର ସମ୍ମୁଖୀନ ହୋଇ ମାତ୍ର ୩୩ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ପ୍ରଥମ ଇନିଂସ୍ରେ ବି ସେ ଫେଲ୍ ମାରିଥିଲେ। ମାତ୍ର ୬ କରିବାକୁ ସକ୍ଷମ ହୋଇଥିଲେ।
ସେହିପରି ବେନ୍ ଷ୍ଟୋକ୍ସ ୮, ଓଲି ପୋପ୍ ୧୨, ବେନ୍ ଫୋକ୍ସ ୨ ଓ ମୋଇନ ଅଲି ୪୨ ରନ୍ କରିଥିଲେ। ଓଲି ଷ୍ଟୋନ୍ ଶୂନରେ ଆଉଟ୍ ହୋଇଥିବା ବେଳେ ୫ ରନ୍ କରି ଷ୍ଟୁଆର୍ଟ ବ୍ରୋଡ୍ ଅପରାଜିତ ରହିଥିଲେ।
The post ଚେପକରେ ଚମକିଲେ ଅଶ୍ୱିନ, ଅକ୍ଷର; ଇଂଲଣ୍ଡ ଚିତ୍ପଟାଙ୍ଗ୍ appeared first on Odisha Reporter.
from Odisha Reporter https://ift.tt/3bdzjTd
No comments:
Post a Comment