ଅପରାଜିତା କହିଲେ, ‘ଲୋକଙ୍କୁ ଭୁଆଁ ବୁଲାଇବା ଛାଡ଼ି ପାଠ ପଢ଼ନ୍ତୁ ସରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

ଅପରାଜିତା କହିଲେ, ‘ଲୋକଙ୍କୁ ଭୁଆଁ ବୁଲାଇବା ଛାଡ଼ି ପାଠ ପଢ଼ନ୍ତୁ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): NMA ବାଇ-ଲ ର ନୂଆ ତଥ୍ୟ ସାମନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ବାଇ ଲ ସଂପର୍କରେ କିପରି କିଛି ଜାଣିପାରିଲେନି ରାଜ୍ୟ ସରକାର । ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା ନ କରି ପାଠ ପଢ଼ି କଥା ହୁଅନ୍ତୁ । ଏପରିକି ୪ଟି ପ୍ରାଇଭେଟ ପାର୍ଟିକୁ ମିଳିଥିବା NOC ଦେଖାଇଛନ୍ତି ସାଂସଦ ।

୨୦୧୪ର ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ NOC ଦେବା ପାଇଁ ପ୍ରାଧିକୃତ ଅଧିକାରୀ ଥିବା ସେ ଦର୍ଶାଇଛନ୍ତି । ଏଥିରୁ ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅପରିପକ୍ୱତା ଜଣାପଡୁଛି ବୋଲି ଅପରାଜିତା କହିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

AMSAR ଆକ୍ଟ ୧୯୫୮ର  ଧାରା ଅନୁସାରେ ବାଇ ଲ ପର୍ଯ୍ୟବେଷିତ ହୋଇଛି। ସେହି ଅନୁସାରେ ରାଜ୍ୟରେ ପ୍ରାଧିକୃତ ଅଧିକାରୀ ହେଉଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ । ୨୦୧୪ରୁ ଏହି ବ୍ୟବସ୍ଥା ଅଛି । ଅପରାଜିତା ଷଡ଼ଙ୍ଗୀ ଗତକାଲି ମଧ୍ୟ ପ୍ରଶ୍ନ କରିଥିଲେ, AMSAR ଆକ୍ଟ ୧୯୫୮ ଅନୁସାରେ ୨୦୧୪ରୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପ୍ରାଧିକୃତ ଅଧିକାରୀ କରାଯାଇଥିବା ବେଳେ ବାଇ ଲ ସଂପର୍କରେ କେମିତି ଜାଣିନଥିଲେ ରାଜ୍ୟ ସରକାର ।

The post ଅପରାଜିତା କହିଲେ, ‘ଲୋକଙ୍କୁ ଭୁଆଁ ବୁଲାଇବା ଛାଡ଼ି ପାଠ ପଢ଼ନ୍ତୁ ସରକାର’ appeared first on Odisha Reporter.



from Odisha Reporter https://ift.tt/3jPizWg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages