୪ ରାଜ୍ୟରେ ଶସ୍ତା ହେଲା ତୈଳ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

୪ ରାଜ୍ୟରେ ଶସ୍ତା ହେଲା ତୈଳ ଦର

ନୂଆଦିଲ୍ଲୀ: ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ୪ ରାଜ୍ୟ ଗ୍ରାହକଙ୍କୁ ଆଶ୍ୱସ୍ତ କରିବା ଭଳି ପଦକ୍ଷେପ ନେଇଛନ୍ତି। ତୈଳଦର ହ୍ରାସ କରିବା ପାଇଁ ୪ ରାଜ୍ୟର ସରକାର ଏହା ଉପରେ ଲାଗୁଥିବା ଟିକସକୁ ହ୍ରାସ କରିଛନ୍ତି। ଫଳରେ ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି।

ରବିବାର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟ ୧ ଟଙ୍କା ଲେଖାଏ ହ୍ରାସ କରିଛନ୍ତି। ଏହା ପୂର୍ବରୁ ଦେଶର ପ୍ରଥମ ରାଜ୍ୟଭାବେ ରାଜସ୍ଥାନ ସରକାର ଜାନୁଆରୀ ୨୯ରେ ତୈଳଦର ଉପରେ ଲାଗୁ ହେଉଥିବା ଭ୍ୟାଟ୍‌କୁ ୩୮%ରୁ ୩୬% କରିଥିଲେ। ଆସାମ ମଧ୍ୟ କିଛି ଦିନ ତଳେ ତୈଳଦର ଉପରେ ଲାଗୁଥିବା ଅତିରିକ୍ତ ୫ ଟଙ୍କାର ଟିକସ୍‌କୁ ପ୍ରତ୍ୟାହାର କରିଥିଲା। ଗତବର୍ଷ କରୋନା ମହାମାରୀ ଯୋଗୁ ଆସାମ ସରକାର ତୈଳଦର ଉପରେ ଏହି ଅତିରକ୍ତ ୫ ଟଙ୍କାର ଟିକସ ଲାଗୁ କରିଥିଲେ।

ମେଘାଳୟ ସରକାର ସବୁଠାରୁ ବଡ଼ ଘୋଷଣା କରିଥିଲେ। ପେଟ୍ରୋଲ ଉପରେ ୭.୪୦ ଟଙ୍କା ଓ ଡିଜେଲ ଉପରେ ୭.୧୦ ଟଙ୍କା ଛାଡ଼ କରିଥିଲେ। ମେଘାଳୟ ସରକାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ୩୧.୬୨% ଭ୍ୟାଟକୁ ୨୦% ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟ୍‌କୁ ୨୨.୯୫%ରୁ ୧୨% କରି ଲୋକଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ ଉଦ୍ଧାର କରିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ତୈଳଦର ଉପରେ ଲାଗୁ ହେଉଥିବା ସୀମା ଶୁଳ୍କକୁ ହ୍ରାସ କରିବାକୁ ମନା କରିଦେଇଛନ୍ତି।

The post ୪ ରାଜ୍ୟରେ ଶସ୍ତା ହେଲା ତୈଳ ଦର appeared first on Odisha Reporter.



from Odisha Reporter https://ift.tt/2NrElDG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages