ବିଗ ବସ୍-୧୪ ବାଜି ମାରିନେଲେ ରୁବିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ବିଗ ବସ୍-୧୪ ବାଜି ମାରିନେଲେ ରୁବିନା

ମୁମ୍ବାଇ: ଶେଷରେ ସତ ହେଲେ ଦର୍ଶକଙ୍କ ଭବିଷ୍ୟବାଣୀ। ବିଗ ବସ୍-୧୪ରେ ବାଜି ମାରିଲେ ଟେଲି ଭିଜନ ଦୁନିଆର ଛୋଟି ବହୂ । ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ ହାତେଇଲେ ରୁବିନା ଦଲୈକ। ବିଜେତା ରୂପେ ଶୋର ହୋଷ୍ଟ ସଲମାନ ଖାନ ତାଙ୍କ ନାଁ ଘୋଷଣା କରିଛନ୍ତି। ରୁବିନାଙ୍କୁ ବିଗବସ୍ ଟ୍ରଫି ମିଳିବା ସହ ନଗଦ ୩୬ ଲକ୍ଷ ଟଙ୍କା ଅର୍ଥ ରାଶି ପରଷ୍କାର ସ୍ୱରୂପ ମଧ୍ୟ ମିଳିଛି।

ବିଗ ବସ୍-୧୪ ଟାଇଟଲ ହାତେଇଲେ ଅଭିନେତ୍ରୀ ରୁବିନା ଦଲୈକ

ବିଗ ବସ୍ ଶୋ’ ଆରମ୍ଭରୁ ରୁବିନାଙ୍କୁ ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭାବେ ଗଣା ଯାଉଥିଲା। ସେ ଶୋ’ରେ ବେଶ୍ ଦମଦାର ପ୍ରଦର୍ଶନ କରିଥିଲେ।  ତେବେ ବିଗ ବସ୍ ସିଜିନ ୧୪ ଆରମ୍ଭରୁ ରୁବିନାଙ୍କୁ କିଛି ଅସୁବିଧା ହୋଇଥିଲା। ସେ ଏହି ଶୋକୁ ଠିକ୍ ଭାବେ ବୁଝି ପାରିନଥିଲେ। କିନ୍ତୁ ପରେ ସେ ଶୋ’ରେ ଏପରି ଦମଦାର ପ୍ରଦର୍ଶନ କରିଥିଲେ ଯେ, ସମସ୍ତେ ତାଙ୍କର ଟାସ୍କ ପୂରଣ ଶୈଳିକୁ ପ୍ରଶଂସା କରିଥିଲେ ।

ରୁବିନା ଦିଲୈକଙ୍କ ପାଇଁ ‘ବିଗ୍ ବସ୍’ର ଯାତ୍ରା ଆଦୈ ସହଜ ନଥିଲା। ଶୋ’ରେ ସେ ନିଜ ସହ ଅନେକ ଥର ସଂଘର୍ଷ କରିଥିଲେ। ଏପରିକି ସେ ଶୋ’ରେ ତାଙ୍କ ସ୍ୱାମୀ ଅଭିନାଭ ଶୁକ୍ଲାଙ୍କ ସହ ଥିବା ସମ୍ପର୍କ ବିଷୟରେ ବଡ ଖୁଲାସା ମଧ୍ୟ କରିଥିଲେ। ରୁବିନା କହିଥିଲେ ଯେ ସେ ଏବଂ ଅଭିନାଭ ଛାଡପତ୍ର ନେବାକୁ ଯାଉଛନ୍ତି। ଆମେ ଦୁହେଁ ପରସ୍ପରକୁ କିଛି ସମୟ ଦେଇଛୁ | ଏହା ପରେ ବିଗ୍ ବସ୍ କୁ ଆସିବାକୁ ସ୍ଥିର କରିଥିଲୁ ବୋଲି ସେ କହିଥିଲେ| ରୁବିନା ଅନେକ ଥର ଶୋ’ର ହାଇଲାଇଟସ୍ ରହି ସାରିଛନ୍ତି। ଅନେକ ଥର ସଣ୍ଡକା ୱାରରେ ତାଙ୍କୁ ସଲମାନ ଖାନ ଗାଳି ଗୁଲଜ ମଧ୍ୟ କରିଛନ୍ତି କିନ୍ତୁ ସେ ନିଜ ବ୍ୟକ୍ତିତ୍ୱକୁ ନେଇ ଅଟଳ ରହିଥିଲେ।

ଚଳିତ ସିଜିନରେ ଫାଇନାଲ ରାଉଣ୍ଡକୁ ପ୍ରଥମଥର ପାଇଁ ୫ ଜଣ ପ୍ରତିଯୋଗୀ ଯିବାର ସୁଯୋଗ ପାଇଥିଲେ। ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରୁବିନା ଦଲୈକ, ନିକି ତାମ୍ବେଲା, ଅଲି ଗୋନି, ରାହୁଲ ବୈଦ୍ୟ ଏବଂ ରାଖି ସାୱନ୍ତ ନାଁ ସାମିଲ ଥିଲା। କିନ୍ତୁ ଏ ସମସ୍ତଙ୍କୁ ରୁବିନା ପଛରେ ପକାଇ ବିଗବସ ଟ୍ରଫିକୁ ନିଜ ନାଁରେ କରିନେଛନ୍ତି।

The post ବିଗ ବସ୍-୧୪ ବାଜି ମାରିନେଲେ ରୁବିନା appeared first on Odisha Reporter.



from Odisha Reporter https://ift.tt/3qM4z28

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages