ଭତ୍ତା ହାତେଇବାକୁ ଚଞ୍ଚକତା: ୨ ‍‍ବର୍ଷରେ ବୟସ ବଢ଼ିଲା ୨୪ ବର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 10, 2021

ଭତ୍ତା ହାତେଇବାକୁ ଚଞ୍ଚକତା: ୨ ‍‍ବର୍ଷରେ ବୟସ ବଢ଼ିଲା ୨୪ ବର୍ଷ

ଜଳେଶ୍ୱର(ଅଜିତ ଦାସ): ଭୋଟର ତାଲିକାରେ ପ୍ରକୃତ ବୟସ ସଂଶୋଧନ କରିବାକୁ ହେଲେ ସ୍କୁଲର ପ୍ରମାଣପତ୍ର କିମ୍ବା ଦନ୍ତ ଚିକିତ୍ସକଙ୍କ ପ୍ରମାଣପତ୍ର ଦେବାକୁ ପଡିଥାଏ । ହେଲେ ବସ୍ତା ବ୍ଲକ ସାହାଡା ପଞ୍ଚାୟତର ଭୋଟର ଲିଷ୍ଟରେ ହୋଇଛି ସାଂଘାତିକ ବୟସ ଜାଲିଆତି। ବିନା କୌଣସି ଆବେଦନରେ କାହାର ବୟସ, ୫, ୧୦ ତ କାହାର ୨୦ ପର୍ଯ୍ୟନ୍ତ ମଧ୍ୟ ବଢ଼ିଯାଇଛି। ସେହିପରି କାହାର ବୟସକୁ ଖସାଇ ମଧ୍ୟ ଦିଆଯାଇଛି। ଭତ୍ତା ହାତେଇବାକୁ ଏପରି ଚଞ୍ଚକତା ଉପର ସ୍ତରରେ କରାଯାଇଥିବା ବେଳେ କାର୍ଯ୍ୟକାରୀ ହେବା ପୂର୍ବରୁ ଧରାପଡ଼ିଯାଇଛି ଚଞ୍ଚକତା।

ସାମାଜିକ ସୁରକ୍ଷାରେ ବିଭିନ୍ନ ସୁବିଧା ପାଇବା ଲାଗି ଏ ପ୍ରକାର ସାଂଘାତିକ  ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରୁ ଦୁର୍ନୀତିର ଏପରି ଅଭିଯୋଗ ଆସିଥିବା ବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

୨୦୧୮ରେ ବସ୍ତା ବ୍ଲକର ସାହାଡା ପଞ୍ଚାୟତର ଭୋଟର ଲିଷ୍ଟରେ  ଗୀତାଞ୍ଜଳି ବାରିକ ନାମ୍ନୀ ମହିଳାଙ୍କ ବୟସ ଥିଲା ୪୨ ବର୍ଷ । ହେଲେ ୨୦୨୦ ମସିହାରେ ତାଙ୍କର ବୟସ ୬୬ ବର୍ଷ ବୋଲି ଉଲ୍ଲେଖ ରହିଛି। ଅର୍ଥାତ ମାତ୍ର ୨ ବର୍ଷ ମଧ୍ୟରେ ତାଙ୍କ ବୟସ ୨୪ ବର୍ଷ ବଢ଼ି ଯାଇଛି।

ଆଉ ଜଣେ ଭୋଟର ହେଉଛନ୍ତି ଅଜୟ ବାରିକ । ୨୦୧୯ରେ ଏହି ତାଲିକାରେ ତାଙ୍କ ବୟସ ଥିଲା ୫୬ ବର୍ଷ । ହେଲେ ୨୦୨୦ ତାଲିକାରେ ତାଙ୍କର ବୟସ ୬୪ ବର୍ଷ କରିଦିଆଯାଇଛି । ଅର୍ଥାତ ବର୍ଷକ ମଧ୍ୟରେ ୮ ବର୍ଷ ବୟସ ବଢ଼ିଛି।

କେବଳ ଗୀତାଞ୍ଜଳି, ଅଜୟ ନୁହନ୍ତି, ସାଧବୀ ସାମଲ, ପୂର୍ଣ୍ଣଚନ୍ଦ୍ର ଦାସ, ଲକ୍ଷ୍ମୀମଣି ଦାସଙ୍କ ଭଳି ମୋଟ ପଞ୍ଚାୟତରେ ୧୪ ଜଣଙ୍କ ବୟସ ବୃଦ୍ଧି କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଉମାକାନ୍ତ ବାରିକ ନାମକ ବ୍ୟକ୍ତିଙ୍କ ପ୍ରକୃତ ବୟସ ୬୩ ବର୍ଷ ହୋଇଥିବାବେଳେ ତାଙ୍କର ୨୦୨୦ ତାଲିକାରେ ବୟସ ୬୦ ବର୍ଷରୁ କମ କରି ଦିଆଯାଇଛି । ସେଥିଲାଗି ସେ ସରକାରଙ୍କ ଅନେକ ଯୋଜନାର ଲାଭ ପାଇପାରୁନଥିବା କହିଛନ୍ତି  ।

ଯେଉଁ ସବୁ ବ୍ୟକ୍ତିଙ୍କର ବୟସ ପରିବର୍ତ୍ତନ ହୋଇଛି ସେମାନେ ଏଥିଲାଗି କୌଣସି ଆବେଦନ କରିଥିଲେ ନା ନାହିଁ, କେଉଁ ଆଧାରରେ ତାଲିକାରେ ବୟସ ବଦଳିଲା ତାକୁ ନେଇ ତଦନ୍ତ କରିବାକୁ ସାଧାରଣରେ ଦାବି ଉଠୁଛି। ଅନ୍ୟପଟେ ଯେଉଁ ବ୍ୟକ୍ତିଙ୍କୁ ନେଇ ଅଭିଯୋଗ ଆସିଛି ସେମାନେ କେହି ବୟସ ସଂଶୋଧନ ପାଇ ଆବେଦନ କରିନଥିବା କହିଛନ୍ତି ବ୍ଲକର ବିଭାଗୀୟ କର୍ମଚାରୀ। ତେଣୁ ବୟସ ସଂଶୋଧନ ପାଇଁ କେହି ଆବେଦନ କରିନଥିବାବେଲେ ଭୋଟର ତାଲିକାରେ କେମିତି ବଦଳିଲା ବୟସ, ତଦନ୍ତ କଲେ ସବୁକିଛି ସତ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି ।

ବସ୍ତା ଜିପିଇଓ ଅଞ୍ଜନ ପାଣିଗ୍ରାହୀ ଓ ବିଇଓ ଲକ୍ଷ୍ମୀପ୍ରିୟା ଦାସ କହିଛନ୍ତି, ଆମ ସ୍ତରରେ ଏହା ହୋଇନି। ଭୋଟର ତାଲିକା ସଂଶୋଧନ ପାଇଁ କେହି ଆବେଦନ କରି ନ ଥିବା ବେଳେ ଏହା କିପରି ହେଲା ଆମେ ଜାଣିନୁ।

The post ଭତ୍ତା ହାତେଇବାକୁ ଚଞ୍ଚକତା: ୨ ‍‍ବର୍ଷରେ ବୟସ ବଢ଼ିଲା ୨୪ ବର୍ଷ appeared first on Odisha Reporter.



from Odisha Reporter https://ift.tt/3jDOCbu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages