ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 10, 2021

ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା। ଏପରି ଘଟଣା ଗତ ୯ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଘଟିଥିଲା। କେତେକ ଦୁବୃର୍ତ୍ତ ଦନ୍ତାକୁ ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା ସୂଚନା ମିଳିଛି । ଏପରିକି ପାଟ୍ରୋଲିଂ କରୁଥିବା ସ୍କ୍ୱାର୍ଡ  ଉପରକୁ ମଧ୍ୟ ବନବିଭାଗ କର୍ମଚାରୀ ବ୍ଲାଙ୍କ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ମୃତ ହାତୀର ଆନୁମାନିକ ବୟସ ୩୦ରୁ ଉର୍ଦ୍ଧ୍ଵ ହେବ।

ହାତୀ ଶିକାରରେ ପ୍ରାୟ ୧୦ରୁ ଅଧିକ ଶିକାରୀ ସାମିଲ ଥିବା ବେଳେ ୯ରୁ ଅଧିକ ଜଣ ବନ୍ଧୁକ ରଖିଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ। ଘଟଣା ହିନ୍ଦୋଳ- ନରସିଂହପୁର ବର୍ଡର ଅଞ୍ଚଳରେ ହୋଇଥିବାରୁ ଦନ୍ତାକୁ ଗୁଳି କରି ଦାନ୍ତ ନେବା ପରେ ଦୁବୃର୍ତ୍ତମାନେ ନରସିଂହପୁର ଅଞ୍ଚଳକୁ ପଳାଇ ଯାଇଥିବା ସୂଚନା ମଧ୍ୟ ରହିଛି । ତେବେ ଦନ୍ତାର ପୋଷ୍ଟମର୍ଟମ କରିବା ସହିତ ଘଟଣାର ତନାଘନା ଜାରି ରଖିଛି ବନବିଭାଗ ।

The post ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା appeared first on Odisha Reporter.



from Odisha Reporter https://ift.tt/3cVQYRQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages