ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଶ୍ୱେତାଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି ଓଲିଉଡ ଅଭିନେତା ସମ୍ବିତ। ୨୫ ବର୍ଷ ବୟସରେ ଭଲ ପାଉଛନ୍ତି ଜଣେ ୫୨ ବର୍ଷୀୟ ବୟସ୍କାଙ୍କୁ। ତାଙ୍କୁ ପାଇବା ପାଇଁ ଆପଣାଇଛନ୍ତି ବିଭିନ୍ନ ଉପାୟ। ତେବେ ସମ୍ବିତ ତାଙ୍କ ଡାର୍ଲିଙ୍ଗକୁ ବୁଢ଼ା ହୋଇ ପ୍ରେମ କରିବେ ନା ଟୋକା ହୋଇ, ତାହା ଜାଣି ପାରୁନାହାନ୍ତି। ପ୍ରକୃତ ଜୀବନରେ ନୁହେଁ, ପରଦାରେ ଦେଖିବାକୁ ମିଳିବ ମହାଶ୍ୱେତା ଓ ସମ୍ବିତଙ୍କ ଏଭଳି କିଛି ପ୍ରମେ କାହାଣୀ। ଏହି ଫିଲ୍ମକୁ ନେଇ ଅଭିନେତା ସମ୍ବିତ ବେଶ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ବାହା ହେବା ପୂର୍ବରୁ ଯେତେ ନୁହେଁ, ବାହା ହେବା ପରେ ଭଲ ପାଇବା ନିହାତି ଜରୁରୀ। ଫିଲ୍ମରେ ଅଭିନୟ କରିବାକୁ ସମ୍ବିତକୁ ବହୁ କଷ୍ଟ କରିବାକୁ ପଡିଛି। ତାଙ୍କୁ ଟୋକାରୁ ବୁଢ଼ା ଗେଟଅପ୍ ନେବା ପାଇଁ ଦେଢ଼ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା। ଏହା ତାଙ୍କ ପାଇଁ ଏକ ଭଲ ଅଭିଜ୍ଞତ। ଭାଗ୍ୟରେ ଥିଲେ ଏଭଳି ଭୂମିକା ମିଳେ ବୋଲି ସମ୍ବିତ କହିଛନ୍ତି।
ନୂଆ ବର୍ଷରେ ତରଙ୍ଗ ସିନେ ପ୍ରଡକ୍ସନ ଭେଟି ଦେବାକୁ ଯାଉଛି ନୂଆ ଫିଲ୍ମ । ଏହି ଫିଲ୍ମର ଟାଇଟଲ ରହିଛି ‘ଚୁମ୍କି ମାଇଁ ଡାର୍ଲିଙ୍ଗ’। ଫିଲ୍ମରେ ଦର୍ଶକ ଏକ ନୂଆ ଯୋଡି ସହ ଏକ ନୂଆ କାହାଣୀ ଦେଖିବାକୁ ପାଇବେ। ଫିଲ୍ମର ଲିଡ୍ ରୋଲରେ ସମ୍ବିତ ଆଚାର୍ଯ୍ୟ, ପିଆଲି ଦାସ, ମହାଶ୍ୱେତା ରାୟ, ପ୍ରଦୁମ୍ନ ଲେଙ୍କା, ଓ ପୁଷ୍ପା ପଣ୍ଡା ପ୍ରମୁଖ ଅଛନ୍ତି। ନିର୍ଦ୍ଦେଶନା ଦାୟିତ୍ୱରେ ସୁଧାଂଶୁ ମୋହନା ସାହୁ ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ପ୍ରଦୁମ୍ନ ଲେଙ୍କା ଅଛନ୍ତି। କାହାଣୀ ଓ ଚିତ୍ର ନାଟ୍ୟ ଭାର ସମ୍ଭାଳିଛନ୍ତି ଦେବୀ ଦତ୍ତ ମହାନ୍ତି। ଫିଲ୍ମର ମ୍ୟୁଜିକ ନିର୍ଦ୍ଦେଶନା ଦାୟିତ୍ୱରେ ଅଭିଜିତ ମଜୁନଦାର ଅଛନ୍ତି। ଭିନ୍ନ ଏକ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମଟି ଦର୍ଶକଙ୍କ ନିଶ୍ଚିତ ରୂପେ ମନ ଜିଣିପାରିବ ବୋଲି ପୁରା ଷ୍ଟାରକାଷ୍ଟ ଆଶା ରଖିଛନ୍ତି।
The post ମହାଶ୍ୱେତାଙ୍କ ପ୍ରେମରେ ପାଗଳ ସମ୍ବିତ! appeared first on Odisha Reporter.
from Odisha Reporter https://ift.tt/2MBKZXr
No comments:
Post a Comment