ବିଡିଓଙ୍କ କାର୍ଯ୍ୟାଳୟରେ ଜୀବନ ହାରୁଥିଲେ ଜିଆରଏସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ବିଡିଓଙ୍କ କାର୍ଯ୍ୟାଳୟରେ ଜୀବନ ହାରୁଥିଲେ ଜିଆରଏସ୍‌

ବାସୁଦେବ ପୁର (କିରୀଟି ଦାସ): ବକେୟା ଦରମା ଦାବିରେ କରି ଜଣେ ଜିଆରଏସ୍‌ (ଗ୍ରାମ ରୋଜଗାର ସେବକ) ବିଡିଓଙ୍କ କାର୍ଯ୍ୟାଳୟରେ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିରାସିନି ଢାଳୁଥିବା ବେଳେ ବ୍ଲକ କର୍ମଚାରୀ ଜିଆରଏସ୍‌ଙ୍କୁ  କାବୁ କରିନେଇଛନ୍ତି। ବାସୁଦେବପୁର ବ୍ଲକ ଗୁଆଗଢିଆ ପଂଚାୟତର ଜିଆରଏସ୍‌ ଉତ୍କଳ ମଲ୍ଲିକ ଦୀର୍ଘ ୧୦ମାସ ହେବ ୪ ଦିନ ଧରି ନିଜର ଦରମା ପାଇନଥିବା ଅଭିଯୋଗ କରିଛନ୍ତି। ବକେୟା ଦରମା ପାଇବା ପାଇଁ ବାରମ୍ୱାର ବିଡିଓଙ୍କୁ କହିବା ସହ ଜିଲ୍ଲା ପ୍ରକଳ୍ପ ନିଦ୍ଦେର୍ଶକଙ୍କୁ ଅବଗତ କରାଇଥିଲେ। ଏଥିରେ କୌଣସି ସୁଫଳ ନମିଳିବାରୁ କିଛି ଦିନ ତଳେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଘଟଣା ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିଥିଲେ ବି ଆଜିଯାଏ ତାଙ୍କୁ ଦରମା ମିଳି ନାହିଁ।

ଦୀର୍ଘଦିନ ଧରି ମାନସିକ ନିର୍ଯ୍ୟାତନା ପାଉଥିବା ଜିଆରଏସ୍ ଆଜି ବ୍ଲକର ବିଡିଓଙ୍କ କାର୍ଯ୍ୟାଳୟକୁ ପଶି ଦେହରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାଖରେ ଥିବା ବ୍ଲକ କର୍ମଚାରୀ ତାଙ୍କୁ କାବୁକରି ବାହାରକୁ ଆଣିଥିଲେ। ଖବର ପାଇ ପୁଲିସ ପହଞ୍ଚି ସ୍ଥିତି ଅନଧ୍ୟାନ କରିଛନ୍ତି।

ଜିଆରଏସଙ୍କ  ଅଭିଯୋଗ ଅନୁସାରେ, ସେ ଦୀର୍ଘଦିନ ହେବ ବାସୁଦେବପୁର ବ୍ଲକର ଜିଆରଏସ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କୁ ଗୁଆଗଢିଆ  ପଂଚାୟତର ଦାଇତ୍ୱ ମିଳିଛି। ପଂଚାୟତ କାର୍ଯ୍ୟ ସହ କୋଭିଡ ସମୟରେ କାର୍ଯ୍ୟ କରୁଥିଲେ। ହେଲେ ଆଜକୁ ୧୦ମାସ ଆଠଦିନ ହେବ ତାଙ୍କୁ ଦରମା ମିଳୁନି। ଅନ୍ୟ ସହକର୍ମୀ ମାନଙ୍କ ଦରମା ହେଉଥିବା ବେଳେ, ତାଙ୍କର ଦରମା କରାଯାଉନଥିବା ଅଭିଯୋଗ କରିଛନ୍ତି।  କାହିଁକି ଦରମା କରାଯାଉନି ବିଡିଓଙ୍କୁ ବାରମ୍ୱାର ପଚାରିଥିଲେ ବି ସନ୍ତୋଷ ଜନକ ଉତ୍ତର ପାଉନଥିବା କହିଛନ୍ତି। ବାରମ୍ୱାର ବ୍ଲକ କାର୍ଯ୍ୟାଳୟରୁ ଫେରି ଅତିଷ୍ଠ ହେବା ପରେ ଆଜି ଏମିତି ଚରମ ପଦକ୍ଷେପ ନେଇଥିବା କହିଛନ୍ତି।

The post ବିଡିଓଙ୍କ କାର୍ଯ୍ୟାଳୟରେ ଜୀବନ ହାରୁଥିଲେ ଜିଆରଏସ୍‌ appeared first on Odisha Reporter.



from Odisha Reporter https://ift.tt/36IKBNT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages