କାଲି ଅବମାନନା, ଆଜି ଅସ୍ୱୀକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 16, 2021

କାଲି ଅବମାନନା, ଆଜି ଅସ୍ୱୀକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପ୍ରଥମେ ସାମ୍ୱାଦିକ ରାଜଦୀପ ଦରସେଶାଇଙ୍କ ବିରୋଧରେ ଅବମାନନା ମାମାଲା ରୁଜୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଏହାକୁ ଖୋଦ ଅସ୍ୱୀକାର କରିଛନ୍ତି ସର୍ବୋଚ୍ଚ ଅଦାତଲ। ରାଜଦୀପ୍‌ଙ୍କ ବିରୋଧରେ କୋର୍ଟ ଅବମାନନା ନେଇ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ସାମ୍ବାଦିକ ରାଜଦୀପଙ୍କୁ ଆଶ୍ୱସ୍ତି ମିଳିଛି।

କୋର୍ଟ କହିଛନ୍ତି ଯେ, ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ବିରୋଧରେ କୌଣସି ଅବମାମନା ମାମଲା ରୁଜୁ ହୋଇନାହିଁ । ଟ୍ୱିଟ୍‌ ପ୍ରସଙ୍ଗରେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ । କୋର୍ଟ ୱେବସାଇଟରେ ତ୍ରୁଟି ହେତୁ ଏହା ଅଜାଣତରେ ପ୍ରକାଶ ପାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଓ୍ୱେବସାଇଟ୍‌ରେ ପୂର୍ବରୁ ଦେଖାଦେଇଥିବା ତଥ୍ୟ ଭୁଲ୍‌, ତାହାକୁ ଠିକ୍‌ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ,  ଏହି ମାମଲାରେ ଓକିଲ ଓମ ପ୍ରକାଶ ପ୍ୟାରୀଙ୍କ ଦ୍ୱାରା ସରଦେଶାଇଙ୍କ ବିରୋଧରେ ଅବମାନନା ମାମଲା ଆରମ୍ଭ କରିବାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ କରାଯାଇଥିଲା। କିନ୍ତୁ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ରାଜଦୀପଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ରାଜି ହୋଇନଥିଲେ। ତେବେ ଦେଶର ସବୁଠୁ ବଡ ଅଦାଲତାରେ ଏଭଳି ତ୍ରୁଟି କିଭଳି ହେଲା ତାକୁ ନେଇ ଏବେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ହୋଇଥିଲା। ଏହାକୁ ନେଇ ଅଗଷ୍ଟ ୨୦୨୦ରେ ସାମ୍ବାଦିକ ରାଜୀବ ସରଦେଶାଇ ସୁପ୍ରିମକକୋର୍ଟଙ୍କୁ ସମାଲୋଚନା କରି କେତେକ ଟୁଇଟ୍ କରିଥିଲେ । ଏହାପରେ ତାଙ୍କ ବିରୋଧରେ ଆସ୍ଥା ଖୁରାନା ସେପ୍ଟେମ୍ବର ୨୦୨୦ରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ପାଇଁ ପିଟିଶନ ଦାଏର କରିଥିଲେ।

The post କାଲି ଅବମାନନା, ଆଜି ଅସ୍ୱୀକାର appeared first on Odisha Reporter.



from Odisha Reporter https://ift.tt/3quuQBQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages