ବରଗଡ଼(ଦୀପକ ଶର୍ମା ): ବିବାହ ଉତ୍ସବରେ ଯୋଗ ଦେଇ ବରଯାତ୍ରୀଙ୍କୁ ଧରି ଫେରୁଥିବା ଏକ ଅଟୋ ବ୍ରିଜରୁ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।
ଏପରି ଦୁଃଖଦ ଘଟଣା ବରଗଡ଼ ଜିଲ୍ଲା ବିଜେପୁର ଥାନା ସର୍ନାପାଲି ବ୍ରିଜ୍ରେ ଗତ କାଲି ବିଳମ୍ବିତ ରାତିରେ ହୋଇଛି। ମୃତକ ଦ୍ୱୟ ହେଲେ ବରଗଡ଼ ସଦର ଥାନା ରୁକିଆ ଗାଁର ଯଦୁମଣି ମିରିକ ଓ ଘନଶ୍ୟାମ ମେହର।
ଗତକାଲି ବିଜେପୁରର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ରୁକିଆ ଗାଁର ବହୁ ବ୍ୟକ୍ତି ଯାଇଥିଲେ। ବିବାହ ଭୋଜିରେ ଯୋଗଦେଇ ବିଳମ୍ବିତ ରାତିରେ ଏକ ଅଟୋରେ ପ୍ରାୟ ୧୩ରୁ ଊର୍ଦ୍ଧ୍ୱ ଘରକୁ ଫେରୁଥିଲେ। ମାତ୍ର ସର୍ନାପାଲି ବ୍ରିଜ୍ ଉପରେ ହଠାତ୍ ଭାରସାମ୍ୟ ହରାଇ ଅଟୋଟି ଉପରୁ ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଖବର ପାଇ ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରିଛନ୍ତି।
The post ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ, ବ୍ରିଜରୁ ତଳକୁ ଖସିଲା ଅଟୋ appeared first on Odisha Reporter.
from Odisha Reporter https://ift.tt/37jDZFK
No comments:
Post a Comment