ବୟଫ୍ରେଣ୍ଡ ସହ ଅଟୋରେ ଯାଉଥିଲେ, ରାସ୍ତାରେ ପଡ଼ି ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

ବୟଫ୍ରେଣ୍ଡ ସହ ଅଟୋରେ ଯାଉଥିଲେ, ରାସ୍ତାରେ ପଡ଼ି ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସରାଇ କାଲେ ଖାନ ଅଞ୍ଚଳରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଏଠାରେ ନିଜ ପୁରୁଷ ବନ୍ଧୁଙ୍କ ସହ ଅଟୋରେ ଯାଉଥିବା ଜଣେ ଯୁବତୀ ରାସ୍ତାରେ ଖସି ପଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମୃତ ଯୁବତୀ ଜଣଙ୍କ ହେଉଛନ୍ତି ପରମଜୀତ କୌର ଓ ତାଙ୍କ ଘର ପୂର୍ବ ଦିଲ୍ଲୀର କଲ୍ୟାଣପୁରୀରେ। ପୁଲିସ୍‌ ଏହି ଘଟଣାରେ ପରମଜୀତଙ୍କ ପୁରୁଷ ବନ୍ଧୁ ହ୍ରିତିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପ୍ରାଥମିକ ତଦନ୍ତର ଜଣାପଡ଼ିଛି ଯେ ପରମଜୀତ ଓ ହ୍ରିତିକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଆଶାରାମ ଚୌକ ନିକଟରେ ସେମାନେ ଅଟୋରେ ବସିବା ପୂର୍ବରୁ ପରସ୍ପର ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ପରମଜୀତଙ୍କ ଆଉ ଜଣେ ବନ୍ଧୁ ସିର୍ଦ୍ଧାଥ ସେଠାକୁ ଆସି ପହଞ୍ଚିଥିଲେ।

ତେବେ ହ୍ରିତିକି ଓ ପରମଜୀତ ଅଟୋରେ ବସି ଚାଲି ଯାଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ହ୍ରିତିକ ଅଟୋରେ ବସିବା ପୂର୍ବରୁ ପରମଜୀତଙ୍କୁ ବାରମ୍ବାର ଚାପୁଡ଼ା ମାରିଥିଲେ। ଶେଷରେ ତାଙ୍କୁ ଅଟୋରେ ବସାଇ କଲ୍ୟାଣପୁରୀ ଘରେ ଛାଡ଼ିବା ପାଇଁ ନେଇଥିଲେ। ଅଟୋରେ ଯିବା ସମୟରେ ମଧ୍ୟ ସେ ପରମଜୀତଙ୍କୁ ବାଡ଼େଇଥିଲେ।

ଅଟୋରେ ଯାଉଥିବା ବେଳେ ପରମଜୀତ ରାଗି ଯାଇ ନିଜ ମୋବାଇଲ ଫୋନକୁ ରାସ୍ତାରେ ଫୋପାଡ଼ି ଦେଇଥିଲେ। ହ୍ରିତିକ ଅଟୋକୁ ଅଟକାଇ ରାସ୍ତାରେ ପଡ଼ି ଭାଙ୍ଗି ଯାଇଥିବା ମୋବାଇଲ ଆଣିଥିଲେ ଓ ଉଭୟ ପୁଣି ଅଟୋରେ ବସି ଆଗକୁ ବଢ଼ିଥିଲେ। ଅଟୋଟି ଏନଏଚ୍‌ ୨୪ ଫ୍ଲାଏ ଓଭର୍‌ ନିକଟରେ ଥିବା ବେଳେ ହଠାତ୍‌ ପରମଜୀତ ଏହା ମଧ୍ୟରୁ ଖସି ପଡ଼ିଥିଲେ ବୋଲି ଅଟୋ ଡ୍ରାଇଭର ଶାମସୁ ଅଲୀ ସୂଚନା ଦେଇଛନ୍ତି।

ଘଟଣା ପରେ ସିଦ୍ଧାର୍ଥ ମଧ୍ୟ ସେଠାରେ ପହଞ୍ଚିଥିଲେ। ସେ ହ୍ରିତିକଙ୍କ ସହ ମିଶି ପରମଜୀତଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ହ୍ରିତିକଙ୍କୁ ଅଟକ ରଖି ସେ ଅଟୋରୁ ପରମଜୀତଙ୍କୁ ଠେଲିଛନ୍ତି କି ନାହିଁ, ତା’ର ତଦନ୍ତ କରୁଛି।

The post ବୟଫ୍ରେଣ୍ଡ ସହ ଅଟୋରେ ଯାଉଥିଲେ, ରାସ୍ତାରେ ପଡ଼ି ଚାଲିଗଲା ଜୀବନ appeared first on Odisha Reporter.



from Odisha Reporter https://ift.tt/3koc25b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages