ମାତ୍ର ୨ଟି ଟେଷ୍ଟ ଖେଳି ଏକାଧିକ ରେକର୍ଡ ସୃଷ୍ଟି କଲେ ଅକ୍ଷର ପଟେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 25, 2021

ମାତ୍ର ୨ଟି ଟେଷ୍ଟ ଖେଳି ଏକାଧିକ ରେକର୍ଡ ସୃଷ୍ଟି କଲେ ଅକ୍ଷର ପଟେଲ

ଅହମଦାବାଦ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ବାମହାତୀ ସ୍ପିନର ଅକ୍ଷର ପଟେଲ ନିଜର ଦବଦବା ଦେଖାଇଛନ୍ତି। ଦ୍ୱିତୀୟ ଟେଷ୍ଟ ଭଳି ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ପିଙ୍କ୍ ବିଲ ଟେଷ୍ଟରେ ସେ ନିଜର ଜଲୱା ଦେଖାଇ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି।

ତୃତୀୟ ଟେଷ୍ଟର ଦୁଇଟି ଯାକ ଇନିଂସ୍‌ରେ ୧୧ଟି ୱିକେଟ ଦଖଲ କରିଥିବା ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ବି ପାଇଛନ୍ତି। ସେହିପରି ଏଯାଏ ଦୁଇଟି ଟେଷ୍ଟ ଖେଳିଥିବା ଅକ୍ଷରଙ୍କ ୱିକେଟ ସଂଖ୍ୟା ୧୮ରେ ପହଞ୍ଚି ଯାଇଛି।

ପ୍ୟାଟ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ

ଅକ୍ଷର ପଟେଲ ଦିବରାତ୍ର ଟେଷ୍ଟରେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଗୋଟିଏ ମ୍ୟାଚ୍‌ରେ ୧୧ଟି ୱିକେଟ ନେବାର ରେକର୍ଡ କରିଛନ୍ତି। ଏହାପୂର୍ବରୁ ବିଶ୍ୱର କୌଣସି ଖେଳାଳି ପିଙ୍କ ବଲ୍‌ରେ ଏକାକୀ ଏତେ ୱିକେଟ ନେଇ ନଥିଲେ। ସେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୩୮ ରନ୍‌ ଦେଇ ୬ଟି ଓ ଦ୍ୱିତୀୟ ପାଳିରେ ୩୨ ରନ୍‌ ଦେଇ ୫ଟି ୱିକେଟ ଦଖଲ କରିଛନ୍ତି।

ଏହି ଚମତ୍କାର ପ୍ରଦର୍ଶନ ବଳରେ ଅକ୍ଷର ଟେଷ୍ଟ କ୍ରିକେଟର ନମ୍ବର ୧ ବୋଲର ପ୍ୟାଟ କମିନ୍ସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଦିବାରାତ୍ର ଟେଷ୍ଟରେ ଅକ୍ଷରଙ୍କ ପୂର୍ବରୁ କମିନ୍ସ ସର୍ବାଧିକ ୬୨ ରନ୍‌ ଦେଇ ୧୦ଟି ୱିକେଟ ନେବାର ରେକର୍ଡ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ହେଲେ ଅକ୍ଷର ଗତକାଲି ଏହି ରେକର୍ଡକୁ ଅତିକ୍ରମ କରିଯାଇଛନ୍ତି।

ଦୁଇଟି ଟେଷ୍ଟରେ ୩ ଥର ୫ଟି ୱିକେଟ ନେବାରେ ଦ୍ୱିତୀୟ ଭାରତୀୟ

ଅକ୍ଷର ଏଯାଏ ଦୁଇଟି ଟେଷ୍ଟର ୪ଟି ଇନିଂସ୍‌ରେ ବୋଲିଂ କରିଛନ୍ତି। ଏହି ୪ଟି ଇନିଂସ୍‌ରୁ ୩ଟିରେ ସେ ୫ଟି ଲେଖାଏ ୱିକେଟ ନେବାର ଆଉ ରେକର୍ଡ କରିଛନ୍ତି। ଦୁଇଟି ଟେଷ୍ଟରେ ୩ ଥର ୫ଟି ୱିକେଟ ନେବାରେ ସେ ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ନରେନ୍ଦ୍ର ହୀରବାନୀ ଦୁଇଟି ଟେଷ୍ଟର ୩ଟି ଇନିଂସରେ ୫ଟି ଲେଖାଏ ୱିକେଟ ନେଇଥିଲେ।

ଏହା ବ୍ୟତୀତ ଦୁଇଟି ଟେଷ୍ଟରେ ଅକ୍ଷର ପଟେଲ ୧୮ଟି ୱିକେଟ ନେଇ ସାରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୨୫ରୁ କମ ଷ୍ଟ୍ରାଇକ୍‌ରେ ୱିକେଟ ଦଖଲ କରି ଆରମ୍ଭରୁ ହିଁ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୭୦ ରନ୍‌ ଦେଇ ୧୧ଟି ୱିକେଟ ଦଖଲ।

The post ମାତ୍ର ୨ଟି ଟେଷ୍ଟ ଖେଳି ଏକାଧିକ ରେକର୍ଡ ସୃଷ୍ଟି କଲେ ଅକ୍ଷର ପଟେଲ appeared first on Odisha Reporter.



from Odisha Reporter https://ift.tt/3uz88uP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages