ଖେଳୁ ଖେଳୁ ୪ ତାଲାରେ ଫସି ଗଲା ବିଲେଇ, ତା’ ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 16, 2021

ଖେଳୁ ଖେଳୁ ୪ ତାଲାରେ ଫସି ଗଲା ବିଲେଇ, ତା’ ପରେ…

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ଜୀବନ ମରଣ ମଧ୍ୟରେ ଛକାପଞ୍ଝା। କିଏ ଜିତିବ ତାକୁ ନେଇ ଲାଗି ରହିଥିଲା ଆଶାଆଶଙ୍କା। ଶେଷରେ ଜିତିଲା ଜୀବନ। ମରଣ ମୁହଁରେ ଦୀର୍ଘ ୫ ଦିନ ଫସି ରହିବା ପରେ ବେଶ୍‌ ଖୁସି ମନରେ ଆସି ବାହାରର ଆଲୋକ ଦେଖିଲା ବିଲେଇ। ବିଲେଇକୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି। ମାନବିକତାର ଏପରି ଉଦାହରଣ ଦେଖିବାକୁ ମିଳିଛି ରାଉରକେଲା ପାନପୋଷ ରୋଡ଼ର ସିଭିଲ ଟାଉନଶିପ ନିକଟରେ ।

ଖୁସି ମନରେ ଏ ଜାଗାରୁ ସେ ଜାଗାକୁ ଘୂରି ବୁଲୁଥିବା ବିଲେଇଟି  ଯାହା ମିଳୁଥିଲା ଖାଇ ଦେଉଥିଲା। ମାତ୍ର ୫ ଦିନ ପୂର୍ବେ ବିଲେଇଟି  ସିଭିଲ ଟାଉନଶିପ ନିକଟରେ ଥିବା ପ୍ରଫୁଲ ଟାୱାରର ଚାରି ତାଲା ତାଜାରେ ଫସି ରହିଯାଇଥିଲା । ସେଠାରୁ ବାହାରିବାକୁ କୌଣସି ରାସ୍ତା ନଥିବାରୁ ବିଲେଇ ସେଠାରେ ପଡ଼ି ରହିଥିଲା ।

ସୌଭାଗ୍ୟବଶଃତ ସ୍ଥାନୀୟ ଲୋକ ଏହା ଦେଖିବା ପରେ ବିଲେଇକୁ ଖାଦ୍ୟ ଏବଂ ପାଣି କୌଣସି ପ୍ରକାର ଦେଉଥିଲେ । ତେବେ ଆଜି ଫାୟାର ବ୍ରିଗେଡ଼ ଟିମ୍‌କୁ ଲୋକମାନେ ଡାକିଥିଲେ । ଫାୟାର ଟିମ୍‌ କର୍ମଚାରୀ ବିପଦଶଙ୍କୁଳ ଅବସ୍ଥାରେ ବିଲେଇଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ବିଲେଇ ଉଦ୍ଧାର ପରେ ସ୍ଥାନୀୟ ଲୋକମାନେ ତାଳି ବଜାଇ ଫାୟାର ଟିମ୍‌କୁ ସ୍ୱାଗତ କରିଥିଲେ ।

The post ଖେଳୁ ଖେଳୁ ୪ ତାଲାରେ ଫସି ଗଲା ବିଲେଇ, ତା’ ପରେ… appeared first on Odisha Reporter.



from Odisha Reporter https://ift.tt/3bsqchJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages