ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିଲେ, ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 16, 2021

ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିଲେ, ବନ୍ଧା ହେଲେ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ମିଳିଛି ବଡ ସଫଳତା। ଜାନୁଆରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ଗିରଫ। ମନିନ୍ଦର ସିଂହ ଓରଫ ମନୁକୁ ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ ଗିରଫ କରିଛି। ହିଂସା ସମୟରେ ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି।

ଏସପି ଉତ୍ତର ସିଂହଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଦିଲ୍ଲୀର ପ୍ରତିମପୁରା ଅଞ୍ଚଳର ଏକ ବସଷ୍ଟାଣ୍ଡରୁ ମନିନ୍ଦରକୁ ଗିରଫ କରିଛି। ତାଙ୍କ ନିକଟରୁ ୪.୩ ଫୁଟ ଲମ୍ବର ଦୁଇଟି ଖଣ୍ଡା ମଧ୍ୟ ଜବତ କରିଛି ପୁଲିସ ।

ସୂଚନା ମୁତାବକ, ମନିନ୍ଦର କାର୍ ଏସି ମେକାନିକ ରୂପେ କାମ କରନ୍ତି। ହିଂସା ଦିନ ତାଙ୍କ ଅଞ୍ଚଳର ୬ଜଣ ଲୋକଙ୍କୁ ଟ୍ରାକ୍ଟର ରାଲିରେ ଯୋଗଦେବା ପାଇଁ ପଠାଇଥିବା ପଚରାଉଚରା ପରେ ମନିନ୍ଦର ସ୍ୱୀକାର କରିଛନ୍ତି। ଏମାନେ ସମସ୍ତ ମୋଟରସାଇକେଲ ଯୋଗ ଟ୍ରାକ୍ଟର ରାଲି ସାମିଲ ହୋଇଥିଲେ।

ନିଜ ସାଥୀଙ୍କ ସହ ଟ୍ରାକ୍ଟର ରାଲିରେ ସାମିଲ ହେବା ପରେ ମନିନ୍ଦର ଲାଲକିଲ୍ଲାରେ ପ୍ରବେଶ କରିଥିଲେ । ଏହାପରେ ସେ ଲାଲକିଲ୍ଲାରେ ଖଣ୍ଡା ବୁଲାଇବା ସହ ଡ୍ୟାନ୍ସ ମଧ୍ୟ କରିଥିଲେ ଏବଂ ଅନ୍ୟ ଆନ୍ଦୋଳନକାରୀଙ୍କୁ ଉସକାଇଥିଲେ। ମନିନ୍ଦର ତା’ନିଜ ଅଞ୍ଚଳରେ କେତେକ ଲୋକଙ୍କୁ ଖଣ୍ଡା ବୁଲାଇବା ଟ୍ରେନିଂ ମଧ୍ୟ ଦେଉଥିଲେ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ଜାନୁଆରୀ ୨୬ ଦିନ ହଜାର ହଜାର ବିକ୍ଷୋଭକାରୀ କୃଷକ ବ୍ୟାରିକେଡ ଭାଙ୍ଗି ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଥିଲେ। ଏହି ସମୟରେ ପୁଲିସ ଏବଂ ଚାଷୀ ମୁହାଁମୁହିଁ ହୋଇଥିଲେ। ଆଇଟିଓ ସମେତ ଅନ୍ୟାନ୍ୟ ସ୍ଥାନରେ ସେମାନଙ୍କ ପୋଲିସ କର୍ମଚାରୀଙ୍କ ସହ ସଂଘର୍ଷ ହୋଇଥିଲା। ବ୍ୟାପକ ଭଙ୍ଗାରୁଜା ସହ ଭଙ୍ଗାରୁଜା ହୋଇଥିଲା। ପରେ ବହୁ ବିକ୍ଷୋଭକାରୀ ଟ୍ରାକ୍ଟର ଚଳାଇ ଲାଲକିଲ୍ଲା ଭିତରକୁ ଜୋରଜବରଦସ୍ତ ପ୍ରବେଶ କରିଥିଲେ। ସେଠାରେ ସେମାନେ ବିକ୍ଷୋଭପ୍ରଦର୍ଶନ କରିବା ସହ ନିଜ ଧାର୍ମିକ ପତାକା ଉଡାଇଥିଲେ।

The post ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିଲେ, ବନ୍ଧା ହେଲେ appeared first on Odisha Reporter.



from Odisha Reporter https://ift.tt/3bavtKB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages