କାର୍‌କୁ ଟାର୍ଗେଟ କରି ବୋମା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

କାର୍‌କୁ ଟାର୍ଗେଟ କରି ବୋମା ମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଜନଗହଳିପୂର୍ଣ୍ଣ ରାସ୍ତାରେ  କାର୍‌କୁ ଟାର୍ଗେଟ କରି ବୋମାମାଡ଼। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଅଭିଯୁକ୍ତ ଖସି ଯିବାରେ ସଫଳ ହୋଇଛି।

ଗତ ରାତି ପ୍ରାୟ ୯ଟାରେ କଟକ ରୋଡ୍‌ରେ ଯାଉଥିବା ଏକ କାର୍‌କୁ ଟାର୍ଗେଟ କରି ବୋମାମାଡ଼ ହୋଇଛି । ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ରେ କାର୍‌ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନାହାନ୍ତି  । ତେବେ ଘଟଣାସ୍ଥଳରୁ ଗୋଟିଏ ବୋମା ଜବତ ହୋଇଛି।  ଆଉ ଏକ ବୋମାକୁ ପୁଲିସ୍‌ ନିଷ୍କ୍ରିୟ କରିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ଅଭିଯୁକ୍ତଙ୍କ ଟେର ପାଇପାରିନି।

The post କାର୍‌କୁ ଟାର୍ଗେଟ କରି ବୋମା ମାଡ଼ appeared first on Odisha Reporter.



from Odisha Reporter https://ift.tt/3b7yDPd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages