୧୯୫୨ ମସିହାରୁ କୋଟିଆର ୩ଟି ଗାଁରେ ନିର୍ବାଚନ କରାଉଛି ଆନ୍ଧ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

୧୯୫୨ ମସିହାରୁ କୋଟିଆର ୩ଟି ଗାଁରେ ନିର୍ବାଚନ କରାଉଛି ଆନ୍ଧ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୫୨ ମସିହାରୁ କୋଟିଆର ତିନିଟି ଗାଁରେ ନିର୍ବାଚନ କରାଉଛି ଆନ୍ଧ୍ରପ୍ରଦେଶ। କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆନ୍ଧ୍ର ଦାଖଲ କରିଥିବା ଜବାବରେ ଏହା କୁହାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଧ୍ର ନିଜ ଜବାବ ରଖିଛି। ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ ଜିଲ୍ଲାପାଳ ମାଢ଼େ ହରି ଜବହାରଲାଲ୍ ଏ ସମ୍ପର୍କରେ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଛନ୍ତି। ଆନ୍ଧ୍ର ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ୧୯୫୨ ମସିହାରୁ କୋଟିଆର ଗଞ୍ଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁ ଗାଁରେ ଆନ୍ଧ୍ର ନିର୍ବାଚନ କରାଉଛି । ଏହି ସବୁ ଗାଁ ଆର୍କୁ ସଂସଦୀୟ କ୍ଷେତ୍ରରେ ଯାଉଛି ।

ଏଠି ୨୦୦୬ ଓ ୨୦୧୩ ପଞ୍ଚାୟତ ନିର୍ବାଚନ କରାଇଥିବା ବେଳେ ପ୍ରାର୍ଥୀ ମଧ୍ୟ ଦେଇଛି । ୨୦୧୪ ଓ ୨୦୧୯ ମସିହାର ଭୋଟ୍‌ର ତାଲିକା, ଭୋଟର ସଂଖ୍ୟା ଭଳି ବିଭିନ୍ନ ତଥ୍ୟକୁ କୋର୍ଟରେ ଦାଖଲ କରାଯାଇଛି। ଗତ ୧୩ ତାରିଖରେ ଆନ୍ଧ୍ର କୋଟିଆରେ ଏହି ସବୁ ଅଞ୍ଚଳରେ ଜୋରଜବରଦସ୍ତ ନିର୍ବାଚନ କରାଇଥିଲା। ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶକୁ ନମାନି ନିର୍ବାଚନ କରାଇଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଓଡ଼ିଶା ସରକାର। ଅଦାଲତ ଅବମାନନା ମାମଲାରେ ଆସନ୍ତାକାଲି ହେବ ପରବର୍ତ୍ତି ଶୁଣାଣି ।

The post ୧୯୫୨ ମସିହାରୁ କୋଟିଆର ୩ଟି ଗାଁରେ ନିର୍ବାଚନ କରାଉଛି ଆନ୍ଧ୍ର appeared first on Odisha Reporter.



from Odisha Reporter https://ift.tt/3dmGdbg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages